ଓଡ଼ିଶାଲାଇଭ୍ ବ୍ୟୁରୋ

arrested

ସମ୍ପତ୍ତି ପାଇଁ ମା’ ଓ ପୁଅଙ୍କୁ ଜୀଅନ୍ତା ପୋଡ଼ି ମାରିଦେବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ସମ୍ବଲପୁର ସଦର ଥାନା ପୋଲିସ। ଅଭିଯୁକ୍ତମାନେ ହେଉଛନ୍ତି ଜଗନ୍ନାଥ ଦୀକ୍ଷିତ ଏବଂ ତାଙ୍କ ପୁଅ ସଙ୍କେତ ଦୀକ୍ଷିତ।

ସମ୍ବଲପୁର ମାନେଶ୍ଵର ହାଟପଦା ଅଞ୍ଚଳରେ ବୁଧବାର ଦିନ ଘଟିଥିଲା ଜଘନ୍ୟକାଣ୍ଡ। ମା’ ଓ ଝିଅ ଘରେ ଶୋଇଥିବାବେଳେ ବେଳେ ହଠାତ ଘରେ ନିଆଁ ଲାଗିଯାଇଥିଲା। କିଛି ବୁଝିବା ପୂର୍ବରୁ ଜୀଅନ୍ତା ଜଳି ଯାଇଥିଲେ ବୃଦ୍ଧା ସ୍ନେହଲତା ଦୀକ୍ଷିତ ଏବଂ ତାଙ୍କ ଝିଅ ସୈରେନ୍ଦ୍ରୀ ଦୀକ୍ଷିତ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ତେବେ ସମ୍ପତ୍ତି ପାଇଁ ମା’ ଓ ଭଉଣୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ମୃତ ସ୍ନେହଲତାଙ୍କ ସାନ ଝିଅ। ନିଜ ଭାଇ ହିଁ ତାଙ୍କ ମା’ ଏବଂ ଭାଇଙ୍କୁ ହତ୍ୟା କରିଥିବା ସେ ପୋଲିସକୁ କହିଥିଲେ।

ଅଭିଯୋଗ ଆଧାରରେ ପୋଲିସ ମୃତ ସ୍ନେହଲତାଙ୍କ ପୁଅ ଜଗନ୍ନାଥ ଓ ତାଙ୍କ ପୁଅ ସଙ୍କେତ ସହ ପରିବାର ଆଉ ଦୁଇଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିଥିଲା। ଗୁରୁବାର ଦିନ ଏହି ମାମଲାରେ ପାଲିସ ଜଗନ୍ନାଥ ଏବଂ ତାଙ୍କ ପୁଅଙ୍କୁ ଗିରଫ କରିଛି।

ପୋଲିସର ସୂଚନା ଅନୁସାରେ ସ୍ନେହଲତାଙ୍କର ୪ ଜଣ ଝିଅ ଏବଂ ଗୋଟିଏ ପୁଅ ଥିଲେ। ପୂର୍ବରୁ ଦୁଇ ଝିଅଙ୍କର ମୃତ୍ୟୁ ହୋଇସାରିଛି। ବୁଧବାର ଦିନ ସ୍ନେହଲତା ଏବଂ ତାଙ୍କର ଆଉ ଜଣେ ଝିଅଙ୍କର ମୃତ୍ୟୁ ହୋଇଛି।  

Tags: #SambalpurDoubleMurder #PoliceInvestigation #MotheranddaughterDied

LEAVE A REPLY

Please enter your comment!
Please enter your name here