ଓଡ଼ିଶାଲାଇଭ୍ ବ୍ୟୁରୋ

ତେଜିବାରେ ଲାଗିଛି ବ୍ରହ୍ମପୁର ନାବାଳିକା ଗଣଦୁଷ୍କର୍ମ ମାମଲା। ଏହି ମାମଲାରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବର୍ତ୍ତମାନ ସୁଦ୍ଧା ଆଉ ୩ ଜଣଙ୍କୁ ଗିରଫ କରାଯାଇନାହିଁ।

ତୁରନ୍ତ ୩ ଅଭିଯୁକ୍ତଙ୍କୁ ଗିରଫ ସହ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବା ଦାବିରେ ଗୁରୁବାର ଦିନ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ଘେରଉ କରିଥିଲା ବିଜେପି ମହିଳା ମୋର୍ଚ୍ଚା।

ମଙ୍ଗଳବାର ଦିନ ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଜଣେ ଯୁବକ ସାଙ୍ଗରେ ଧରି ସେ ରହୁଥିବା ମେସକୁ ନେଇଯାଇଥିଲେ। ସେଠାରେ ଯୁବକ ଜଣକ ନାବାଳିକାଙ୍କୁ କୋଲ୍ଡ ଡ୍ରିଙ୍କସରେ ନିଶାଦ୍ରବ୍ୟ ମିଶାଇ ପିଇବାକୁ ଦେଇଥିଲେ। ନାବାଳିକା ଜଣକ ଅଚେତ ହେବା ପରେ ତାଙ୍କୁ ସାଙ୍ଗରେ ନେଇଯାଇଥିବା ଯୁବକଙ୍କ ସମେତ ମୋଟ ୮ ଜଣ ଦୁଷ୍କର୍ମ କରିଥିଲେ। ପରେ ଘଟଣା ସମ୍ପର୍କରେ କାହାରିକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ପରିବାରର ଅଭିଯୋଗ କ୍ରମେ ବୈଦ୍ୟନାଥପୁର ଥାନା ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୩ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇ ନାହିଁ।

ତିନି ଅଭିଯୁକ୍ତ ପ୍ରଭାବଶାଳୀ ପରିବାରର ହୋଇଥିବାରୁ ପୋଲିସ ଜାଣିଶୁଣି ସେମାନଙ୍କୁ ଗିରଫ କରୁନଥିବା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି। ସୁଯୋଗ ପାଇଲେ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବା ପାଇଁ ପୀଡ଼ିତାଙ୍କୁ ଜୀବନରୁ ମାରିଦେଇପାରନ୍ତି ବୋଲି ମଧ୍ୟ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।

Tags: #MinorGirlGangRapCase #Berhampur #PoliceInvestigation #Protest #BJPMahilaMorcha

LEAVE A REPLY

Please enter your comment!
Please enter your name here