ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବଢ଼ିବାକୁ ଯାଉଛି ଶୀତ ଲହରୀ। ରାଜ୍ୟରେ ନଭେମ୍ବର ୧୫ ତାରିଖରୁ ରାତିରେ ପାରଦ ଖସିବା ସହ ଶୀତ ବଢ଼ିବାର ସମ୍ଭାବନା ରହିଛି। ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ପାଇବାର ବୋଲି ପୂର୍ବାନୁମାନ କରାଯାଇଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଭଳି ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଏହାପରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରାଯାଇଛି।

ଏବେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଏବେ କିଛି ମାତ୍ରାରେ ଶୀତ ଅନୁଭୂତ ହେଉଥିବାବେଳେ ଉତ୍ତର ଓ ଉପକୂଳ ଓଡ଼ିଶାରେ ପାଗ ସାମାନ୍ୟ ଉଷ୍ମ ରହୁଛି। ବୁଧବାର ସକାଳେ ଜି ଉଦୟଗିରିରେ ୧୪ ଡିଗ୍ରୀ ସେଲସିୟସ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଦାରିଙ୍ଗବାଡ଼ିରେ ୧୫.୫ ଡିଗ୍ରୀ, କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ୧୬.୫ ଡିଗ୍ରୀ, ଝରସୁଗୁଡ଼ାରେ ୧୬.୮ ଡିଗ୍ରୀ ଏବଂ ଫୁଲବାଣୀରେ ୧୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି।

ଏବେ ରାଜ୍ୟର କେତେକ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ଆଗକୁ ଉତ୍ତର ଦିଗରୁ ଥଣ୍ଡା ପବନ ପ୍ରବାହ ସହ ଧିରେ ଧିରେ ରାଜ୍ୟରେ ତାପମାତ୍ରା କମି ଶୀତ ପଡ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Tags: #Winter #Temperature #ColdWave #MCBBSR #Odisha

LEAVE A REPLY

Please enter your comment!
Please enter your name here