ଓଡ଼ିଶାଲାଇଭ୍ ବ୍ୟୁରୋ

ଆଦିବାସୀ ଜନନାୟକ ବିର୍ସା ମୁଣ୍ଡା। ଭାରତୀୟ ସ୍ଵାଧୀନତା ସଂଗ୍ରାମ ଇତିହାସରେ ଜଣେ ପରିଚିତ ନାଁ। ଆଜି ସେହି ବୀରପୁତ୍ରଙ୍କ ଜୟନ୍ତୀରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ବିର୍ସା ମୁଣ୍ଡା, ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଇତିହାସରେ ଏକ ପ୍ରମୁଖ ନାଁ। ବହୁତ କମ୍‌ ବୟସରୁ ସେ ଦେଶର ସ୍ୱାଧିନତା ପାଇଁ ସ୍ୱର ଉତ୍ତୋଳନ କରିଥିଲେ। ଲୋକଙ୍କୁ ବ୍ରିଟିଶ ବିରୋଧ ଲଢ଼ିବାକୁ ଏକାଠି କରିଥିଲେ। ଯେଉଁଥିପାଇଁ ସେ ଫିରିଙ୍ଗିମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ।

ବିର୍ସା ମୁଣ୍ଡାଙ୍କୁ ୨ ବର୍ଷ ଜେଲ୍‌ ହୋଇଥିଲା। ଜେଲରେ ତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଥିଲା। ଫଳରେ ମାତ୍ର ୨୫ ବର୍ଷ ବୟସରେ ୧୯୦୦ ମସିହା ଜୁନ୍‌ ୯ ତାରିଖରେ ଜେଲର ଚାରି କାନ୍ଥ ଭିତରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ।

୧୮୭୫ ମସିହା ବର୍ତ୍ତମାନର ଝାଡଖଣ୍ଡର ଖୁଣ୍ଟି ଜିଲା ଅନ୍ତର୍ଗତ ଉଲିହାତୁ ଗ୍ରାମରେ ଆଦିବାସୀ ନେତା ତଥା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କର ଜନ୍ମ ହୋଇଥିଲା। ସରଳ ବିଶ୍ୱାସୀ ଆଦିବସୀଙ୍କ ଉପରେ ଗୋରା ଶାସକଙ୍କର ଅତ୍ୟାଚାର ଦେଖି ସେ ଗଭୀର ମର୍ମାହତ ହୋଇଥିଲେ। ସେବକ ପଟ୍ଟା ଲେଖାଇ ଆଦିବାସୀଙ୍କୁ ଗୋତି – ବେଠି ଖଟାଇବାକୁ ସେ ଦେଖିପାରୁନଥିଲେ।

ସ୍କୁଲରେ ପଢ଼ିବା ବେଳେ ଗୋରା ପ୍ରଧାନଶିକ୍ଷକ ତାଙ୍କୁ ଚାବୁକରେ ମାଡ଼ ମାରି ସ୍କୁଲରୁ ବାହାର କରିଦେଇଥିଲେ। ସେବେଠାରୁ ପାଠପଢ଼ା ଛାଡ଼ି ବ୍ରିଟିଶ ଶାସନରୁ ଓଡ଼ିଶାକୁ ମୁକ୍ତି କରିବା ଦିଗରେ ସେ ଲାଗିପଡ଼ିଥିଲେ। ସ୍ଥାନୀୟ ଆଦିବାସୀଙ୍କୁ ସେ ଏକାଠି କରୁଥିଲେ। ଏଥିପାଇଁ ତାଙ୍କୁ ୨ ବର୍ଷ ଜେଲଦଣ୍ଡ ଦିଆଯାଇଥିଲା।

Tags: #BirsaMunda #RevolutionaryTribalLeader #Freedomfighter #India

LEAVE A REPLY

Please enter your comment!
Please enter your name here