ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ ଘଟିଛି। ଶନିବାର କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳେ ତାଙ୍କୁ ୧୦୨ ବର୍ଷ ହୋଇଥିଲା। ସେ ପୂର୍ବେ ସ୍ଵାଧୀନତା ସଂଗ୍ରାମୀ ସଂଘର ରାଜ୍ୟ ସଭାପତି ଥିଲେ।

ନୀଳମଣି ସାମଲ ବୟସାଧିକ୍ୟ କାରଣରୁ ଅନେକ ଦିନରୁ ଅସୁସ୍ଥ ଥିଲେ। ଯାଜପୁର ବଡ଼ଚଣା ବ୍ଲକ ବାଲିପଡ଼ିଆସ୍ଥିତ ବାସଭବନରେ ସେ ଚିକିତ୍ସିତ ହେଉଥିଲେ। ହେଲେ ସେ ଅଧିକ ଅସୁସ୍ଥ ହେବାରୁ ତାଙ୍କୁ ଜାନୁଆରି ୨୪ ତାରିଖରେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେ ଆଇସିୟୁରେ ଚିକିତ୍ସାଧୀନ ଥିଲେ।

ନୀଳମଣି ସାମଲଙ୍କ ମୃତ୍ୟୁ ସମୟରେ ତାଙ୍କ ନିକଟରେ ପୁଅ ଚନ୍ଦ୍ରକାନ୍ତ ସାମଲ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁକୁ ନେଇ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଏବେ ତାଙ୍କ ପାର୍ଥିବ ଶରୀରକୁ ଜନ୍ମମାଟି ବାଲିପଡ଼ିଆକୁ ଅଣାଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ।

ନୀଳମଣି ସାମଲ ବହୁତ କମ ବୟସରେ ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ସେ ଇଂରେଜମାନଙ୍କ ବିରୋଧରେ ସ୍ଵର ଉତ୍ତୋଳନ କରି ୩ ବର୍ଷ ପାଇଁ ଜେଲ୍ ମଧ୍ୟ ଯାଇଥିଲେ। ସ୍ଵାଧୀନତା ସଂଗ୍ରାମରେ ଅବଦାନ ପାଇଁ ସେ ରାଷ୍ଟ୍ରପତି ଏବଂ ଓଡ଼ିଶାର ରାଜ୍ୟପାଳଙ୍କ ଦ୍ଵାରା ସମ୍ମାନିତ ହୋଇଛନ୍ତି।     

Tags: #NilamaniSamal #FreedomFighter #IndianfreedomMovement #Odisha      

Comment