ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଭୁବନେଶ୍ୱରଠାରେ ଜଣାଶୁଣା ଗାଳ୍ପିକା, କବୟିତ୍ରୀ ତଥା ଔପନ୍ୟାସିକା ରଶ୍ମୀ ରାଉଳଙ୍କ ଉପନ୍ୟାସ ସମଗ୍ର ପୁସ୍ତକ ସହିତ ଅନ୍ୟ ଦୁଇଟି ମନନଶୀଳ ଉପନ୍ୟାସ ‘ଯୋଗିନୀର ଆତ୍ମଲିପି’ ଓ ‘ଛୋଟ ଗୋଟେ ଜୀବନ’ ଉପନ୍ୟାସ ଉନ୍ମୋଚିତ ହୋଇଯାଇଛି।
ପୁସ୍ତକ ଉନ୍ମୋଚନ ଉତ୍ସବରେ ଆୟକର ବିଭାଗର ପ୍ରାକ୍ତନ ମହାନିର୍ଦ୍ଦେଶକ ତଥା ବିଶିଷ୍ଟ କଥାକାର ନୃସିଂହ ପ୍ରସାଦ ତ୍ରିପାଠୀ, ଭାରତୀୟ ରେଳବାଇ ପୂର୍ବତଟ ରେଳମଣ୍ଡଳର ମୁଖ୍ୟ ବାଣିଜ୍ୟିକ ବ୍ୟବସ୍ଥାପକ ଓ ଗାଳ୍ପିକ କୃପାସାଗର ସାହୁ, ଭାରତୀୟ ଭେଷଜ ବିଜ୍ଞାନ ସଂସ୍ଥାନ ଭୁବନେଶ୍ଵର ନ୍ୟୁରୋ ସର୍ଜନର ପ୍ରମୁଖ ପ୍ରଫେସର ଡକ୍ଟର ରବି ନାରାୟଣ ସାହୁ, ପଫେସର ଡକ୍ଟର ଶୁକଦେବ ନାୟକ, ଓଡ଼ିଶାର ପ୍ରାକ୍ତନ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଗୋପବନ୍ଧୁ ମଲ୍ଲିକ ଏବଂ ସମାଜସେବୀ ସୁଧାକର ନାୟକ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଉତ୍ସବରେ ସଂସାରବିନ୍ଦୁ ପୃଷ୍ଟି, ସୁକାନ୍ତ ମହାନ୍ତି, ମୀନା ନାୟକ ତଥା ବୁଦ୍ଧିଜୀବୀ ତଥା ଅବସରପ୍ରାପ୍ତ ପୋଲିସ ଇନ୍ସପେକ୍ଟର ଶରତ ଚନ୍ଦ୍ର ଜେନା, ରୋଜାଲିନ ଜେନା, ପ୍ରାକୃତିକ ଚିକିତ୍ସା ବିଜ୍ଞାନୀ ସୁଲଗ୍ନା ସୁଚରିତା, ରାଜେନ୍ଦ୍ର କୁମାର ରାଉଳ, ମଧୁସ୍ମିତା ରାଉଳ, ସଞ୍ଜୟ କୁମାର, ରଞ୍ଜନ କୁମାର ରାଉଳ, ସବିତା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ।
Tags: #Novel #WriterRashmiRaul #Literature #Bhubaneswar