ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ ରେବତୀ ରମଣ ଯୋଶୀ। ଆୟବର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗରେ ଶୁକ୍ରବାର ଦିନ ରେବତୀ ରମଣ ଯୋଶୀଙ୍କ ଘର ସମେତ ୯ଟି ଠିକଣା ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି।
ଏସିଏଫ ରେବତୀ ରମଣ ଯୋଶୀଙ୍କ ସମ୍ବଲପୁରସ୍ଥିତ କାର୍ଯ୍ୟାଳୟ, ସରକାରୀ ବାସଭବନ, ତିନି ମହଲା ବିଶିଷ୍ଟ କୋଠା, ବ୍ୟବସାୟିକ କୋଠ ଓ ବରଗଡ଼ରେ ଥିବା ଘରେ ଏକକାଳୀନ ଚଢ଼ଉ ଜାରି ରହିଛି।
ଆୟବର୍ହିଭୂତ ସମ୍ପତି ଠୁଳ କରିବା ନେଇ ରେବତୀ ରମଣ ଯୋଶୀଙ୍କ ବିରୋଧରେ ଅଭିଯୋଗ ହୋଇଆସୁଥିଲା। ଏହି ଅଭିଯୋଗ ଆଧାରରେ ଶୁକ୍ରବାର ଦିନ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି।
ଏହି ଚଢ଼ଉରେ ତିନିଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ରହିଛନ୍ତି।
Tags: #VigilanceRaid #ACFRebatiRamanJoshi #Hirakud #Sambalpur #Bargad #Odisha