ଓଡ଼ିଶାଲାଇଭ୍ ବ୍ୟୁରୋ

ଗିରଫ ହେଲେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ ରେବତୀ ରମଣ ଯୋଶୀ। ଆୟବର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗରେ ଶନିବାର ଦିନ ରେବତୀ ରମଣ ଯୋଶୀଙ୍କୁ ଗିରଫ କରିଛି ଭିଜିଲାନ୍ସ।
ରେବତୀ ରମଣ ଯୋଶୀଙ୍କ ଘର ସମେତ ୯ଟି ଠିକଣା ଉପରେ ଶୁକ୍ରବାର ବିଳମ୍ବିଳ ରାତି ଯାଏଁ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରହିଥିଲା। ଚଢ଼ଉ ବେଳେ ଏସିଏଫଙ୍କ ସରକାରୀ ବାସଭବନରୁ ୧୪ ଲକ୍ଷ ୭୧ ହଜାର ଟଙ୍କା ଜବତ କରାଯାଇଥିଲା।
ଚଢ଼ଉ ବେଳେ ସମ୍ବଲପୁର ଟାଉନରେ ୩ଟି କୋଠା, ଭୁବନେଶ୍ଵର, ସମ୍ବଲପୁର ଓ ବରଗଡ଼ରେ ମୋଟ ୧୧ଟି ପ୍ଲଟ ଠାବ କରାଯାଇଥିବା ବେଳେ ୧୫୦ ଗ୍ରାମର ସୁନା ଗହଣା ଠାବ କରିଥିଲେ ଭିଜିଲାନ୍ସ ଟିମ୍। ଜବତ ସମ୍ପତ୍ତି ସମ୍ପର୍କରେ ସନ୍ତୋଷଜନକ ଉତ୍ତର ନଦେବାରୁ ଭିଜିଲାନ୍ସ ପକ୍ଷରୁ ରେବତୀ ରମଣ ଯୋଶୀଙ୍କୁ ଗିରଫ କରାଯାଇଛି।
ଚଢ଼ଉରେ ତିନିଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।
Tags: #VigilanceRaid #ACFRebatiRamanJoshi #Hirakud #Sambalpur #Bargad #Odisha