ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ସଙ୍ଗୀତ ଜଗତରେ ଏବେ ଟ୍ରେଣ୍ଡରେ ଥିବା ଗାୟକ ହେଉଛନ୍ତି ସ୍ୱୟମ ପ୍ରଭାସ ପାଢ଼ୀ। ‘ତୁ ନୂଆ ସାୟରୀ’ ଗୀତ ସ୍ୱୟମଙ୍କୁ ସଙ୍ଗୀତ ଜଗତରେ ଦେଇଛି ସ୍ୱତନ୍ତ୍ର ପରିଚୟ।
ପେସାରେ ଜଣେ ଇଞ୍ଜିନିୟର କିନ୍ତୁ ସଙ୍ଗୀତ ପ୍ରତି ନିଶା ଆଜି ତାଙ୍କୁ ଜଣେ ନିଆରା କଣ୍ଠଶିଳ୍ପୀ ଭାବେ ଗଢ଼ି ତୋଳିଛି। ତାଙ୍କର ପ୍ରତି ଗୀତକୁ ଲୋକେ ଖୁବ୍ ପସନ୍ଦ କରିଥାନ୍ତି।
‘ଭଏସ୍ ଅଫ୍ ଓଡ଼ିଶା’ ସିଜନ-୩ରେ ପ୍ରଥମ ରନର୍ସଅପ୍ ଥିଲେ ସ୍ୱୟମ ପ୍ରଭାସ ପାଢ଼ୀ। ଓଡ଼ିଆ ଚଳଚ୍ଚିତ୍ର ‘ସୁନ୍ଦରଗଡ଼ର ସଲମାନ ଖାନ’ର ‘ନୂଆ ସାୟରୀ’ ସ୍ୱୟମଙ୍କୁ ଦେଲା ସ୍ୱତନ୍ତ୍ର ପରିଚୟ। ‘ତୁ ଚଞ୍ଚଳ ନଈଟେ’, ତେଲୁଗୁ ସୁନ୍ଦରୀ’ ଭଳି ଅନେକ ହିଟ ଗୀତ ଭେଟି ଦେଇଛନ୍ତି ସ୍ୱୟମ।
ଓଡ଼ିଶାଲାଇଭ୍ର ସ୍ୱତନ୍ତ୍ର ସାକ୍ଷାତକାରରେ କଣ୍ଠଶିଳ୍ପୀ ସ୍ୱୟମ ପ୍ରଭାସ ପାଢ଼ୀ ନିଜ ସଙ୍ଗୀତ ଜୀବନ ଯାତ୍ରା ସମ୍ପର୍କରେ ଅନେକ ଅନୁଭୂତି କହିଛନ୍ତି। ଦେଖନ୍ତୁ ଭିଡିଓ।
Tags: #SingerSwayamPravashPadhi #OllywoodSinger #ExclusiveInterview