ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ତର୍ଜାତୀୟ କ୍ରିକେଟରେ ଆଉ ଦେଖା ଦେବେନି ସ୍ପିନ ଲିଜେଣ୍ଡ ରବିଚନ୍ଦ୍ରନ ଅଶ୍ଵିନ। କାରଣ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ସେ ଘୋଷଣା କରିଛନ୍ତି।

ଗାବା ଟେଷ୍ଟ ଡ୍ର ହେବା ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାନ ନେବା ଲାଗି ଘୋଷଣା କରିଥିଲେ ରବିଚନ୍ଦ୍ରନ ଅଶ୍ଵିନ। ଏହି ଘୋଷଣା ସମୟରେ ଅଶ୍ଵିନ କହିଥିଲେ, ଏହା ତାଙ୍କର ଶେଷ ଦିନ।

କ୍ରିକେଟ ଜଗତରେ ଦ୍ଵିତୀୟ ସର୍ବାଧିକ ୱିକେଟ ନେଇଥିବା ଖେଳାଳି ହେଉଛନ୍ତି ରବିଚନ୍ଦ୍ରନ ଅଶ୍ଵିନ। ବୋଲିଂ ସହିତ ବ୍ୟାଟିଂରେ ମଧ୍ୟ ତାଙ୍କର ଉତ୍କର୍ଷ ପ୍ରଦର୍ଶନ ରହିଛି। ନିଜ ଟେଷ୍ଟ କ୍ୟାରିୟରେ ୫ ଶହରୁ ଅଧିକ ୱିକେଟ ନେଇଛନ୍ତି ଅଶ୍ଵିନ।

ଅଶ୍ଵିନ ମୋଟ ୫୩୭ଟି ଟେଷ୍ଟ ୱିକେଟ ସହ ଓଡ଼ିଆଇରେ ୧୫୬ଟି ୱିକେଟ, ଟି-୨୦ରେ ୭୨ ୱିକେଟ, ଅନ୍ତର୍ଜାତୀୟ କ୍ୟାରିୟରରେ ୭୬୫ ୱିକେଟ ନେଇଛନ୍ତି। ୩୮ ବର୍ଷୀୟ ଅଶ୍ଵିନ ସର୍ବାଧିକ ପ୍ଲେୟର ଅଫ ଦ ସିରିଜ ପୁରସ୍କାର ଜିତିଛନ୍ତି।

ରବିଚନ୍ଦ୍ରନ ଅଶ୍ଵିନ ଟେଷ୍ଟ କ୍ରିକେଟରେ ୩,୫୦୩ ରନ ସଂଗ୍ରହ କରି ମୋଟ ୬ଟି ଟେଷ୍ଟ ଶତକ ହାସଲ କରିଛନ୍ତି।

Tags: #RavichandranAshwin #Cricket #Sports #Retirement

Comment