ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷରେ ନୟାଗଡ଼ର ସରକାରୀ ଅଧିକାରୀଙ୍କୁ ଉପହାରରେ ପୁଷ୍ପଗୁଚ୍ଛ, ଡାଏରୀ, ମିଠା ବଦଳରେ ପେନ, ପେନସିଲ ଓ ଖାତା ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ।
ନୟାଗଡ଼ର ସରକାରୀ ଅଧିକାରୀଙ୍କୁ ନୂଆବର୍ଷରେ ଲୋକଙ୍କଠାରୁ ବଡ଼ ଉପହାର ଗ୍ରହଣ କରିବାକୁ ବାରଣ ହୋଇଛି। ଅଧିକାରୀମାନଙ୍କୁ ଉପହାରରେ ପୁଷ୍ପଗୁଚ୍ଛ, ଡାଏରୀ, ମିଠା ତଥା ଅନ୍ୟ ଉପହାର ନେବାକୁ ମନା କରାଯାଇଛି। ଏନେଇ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଜିଲ୍ଲାର ସବୁ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି।
ଜିଲ୍ଲାପାଳଙ୍କ ଚିଠି ଅନୁସାରେ ନୂଆବର୍ଷରେ ଅଧିକାରୀଙ୍କୁ ପେନ, ପେନସିଲ, ରବର, କମ୍ପାସ ବକ୍ସ, ଖାତା ଭଳି ଉପହାର ଗ୍ରହଣ କରିବାକୁ କୁହାଯାଇଛି। ଏସବୁକୁ ପରେ ଗରିବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାଣ୍ଟିବାକୁ ପରାମର୍ଶ ଦିଆଯାଇଛି।
ନୂଆବର୍ଷରେ ଜିଲ୍ଲାର ଅଧିକାରୀଙ୍କୁ ଲୋକେ ବିଭିନ୍ନ ପ୍ରକାର ଉପହାର ଦେଇଥାନ୍ତି। ତେବେ ଏହାରି ମଧ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରାଯାଉଛି।
Tags: #NewYear #Gifts #GovtOfficers #Nayagarh