ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲର ଏଆରଆଇ ସୁରେନ୍ଦ୍ର କୁମାର ତନ୍ତି। ଆୟ ବହିର୍ଭୂତ ସମ୍ପତ୍ତିଠୁଳ କରିବା ଅଭିଯୋଗରେ ସୁରେନ୍ଦ୍ର କୁମାର ତନ୍ତିଙ୍କ ୮ଟି ଠିକଣା ଉପରେ ଚଢ଼ଉ କରିଛି ଭିଜିଲାନ୍ସ।

ଗୁରୁବାର ସକାଳେ ଏଆରଆଇ ସୁରେନ୍ଦ୍ର କୁମାର ତନ୍ତିଙ୍କ କୋରାପୁଟ ଓ ଜୟପୁର ଘର ସମେତ ୮ଟି ଠିକଣା ଉପରେ ଏକକାଳୀନ ଚଢ଼ଉ କରାଯାଇଛି। ତାଙ୍କର ବୋରିଗୁମ୍ମାସ୍ଥିତ ଦୁଇ ମହଲା ବିଶିଷ୍ଟ କୋଠା, ମାର୍କଟେ କମ୍ପ୍ଲେକ୍ସ, କାର୍ଯ୍ୟାଳୟ, ରନସପୁରରେ ଥିବା ପୈତୃକ ଘର, ସମ୍ପର୍କୀୟଙ୍କ ଘର, ଭଡ଼ାଘରେ ଚଉଢ଼ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ୧୫୦ ଗ୍ରାମର ସୁନା ଗହଣା, ୩ଟି କାର, ଗୋଟିଏ ବାଇକ୍, ବିଭିନ୍ନ ବ୍ୟାଙ୍କରେ ଜମା ଏବଂ ନଗଦ ୧ ଲକ୍ଷ ୫୫ ହଜାର ଟଙ୍କା ଠାବ କରିଛି ଭିଜିଲାନ୍ସ ଟିମ।

ଦୀର୍ଘ ଦିନ ହେଲା ଏଆରଆଇ ସୁରେନ୍ଦ୍ର କୁମାର ତନ୍ତିଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ନେଇ ଅଭିଯୋଗ ହୋଇଆସୁଥିଲା। ଏହି ଚଢ଼ଉରେ ୩ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ୫ ଜଣ ଏଏସଆଇ ସାମିଲ ହୋଇଛନ୍ତି।

Tags: #VigilanceRaid #ARISurendraKumarTanti #BorigumaTahasil #Koraput

Comment