ଓଡ଼ିଶାଲାଇଭ୍ ବ୍ୟୁରୋ

arrested

ଗିରଫ ହେଲେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲର ଏଆରଆଇ ସୁରେନ୍ଦ୍ର କୁମାର ତନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସୁରେନ୍ଦ୍ର କୁମାର ତନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ।

ଗୁରୁବାର ଦିନ ସୁରେନ୍ଦ୍ର କୁମାର ତନ୍ତିଙ୍କ ୮ଟି ଠିକଣା ଉପରେ ଏକକାଳୀନ ଚଢ଼ଉ କରିଥିଲା ଭିଜିଲାନ୍ସ। ଚଢ଼ଉ ବେଳେ ତାଙ୍କର ୧୭ଟି ପ୍ଲଟ, ଗୋଟିଏ ତିନି ମହଲା ବିଶିଷ୍ଟ କୋଠା, ୧୫୦ ଗ୍ରାମର ସୁନା ଅଳଙ୍କାର, ବିଭିନ୍ନ ବ୍ୟାଙ୍କରେ ୮୪ ଲକ୍ଷ ଟଙ୍କା ଡିପୋଜିଟ ଠାବ କରାଯାଇଛି। ଏହା ସହ ନଗଦ ୧ ଲକ୍ଷ ୫୫ ହଜାର ଟଙ୍କା ସହ ୪ଟି କାର ଓ ଗୋଟିଏ ବାଇଟ ଜବତ କରାଯାଇଛି।

ଜବତ ସମ୍ପତ୍ତି ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ସୁରେନ୍ଦ୍ର କୁମାର ତନ୍ତିଙ୍କୁ ଗିରଫ କରାଯାଇଛି।

ଗୁରୁବାର ସକାଳେ ଏଆରଆଇ ସୁରେନ୍ଦ୍ର କୁମାର ତନ୍ତିଙ୍କ କୋରାପୁଟ ଓ ଜୟପୁର ଘର ସମେତ ବୋରିଗୁମ୍ମାସ୍ଥିତ ଦୁଇ ମହଲା ବିଶିଷ୍ଟ କୋଠା, ମାର୍କଟେ କମ୍ପ୍ଲେକ୍ସ, କାର୍ଯ୍ୟାଳୟ, ରନସପୁରରେ ଥିବା ପୈତୃକ ଘର, ସମ୍ପର୍କୀୟଙ୍କ ଘର ଓ ତାଙ୍କ ଝିଅ ରହୁଥିବା ଭଡ଼ାଘରେ ଚଉଢ଼ କରାଯାଇଥିଲା।

ଦୀର୍ଘ ଦିନ ହେଲା ଏଆରଆଇ ସୁରେନ୍ଦ୍ର କୁମାର ତନ୍ତିଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ନେଇ ଅଭିଯୋଗ ହୋଇଆସୁଥିଲା। ଏହି ଚଢ଼ଉରେ ୩ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ୫ ଜଣ ଏଏସଆଇ ସାମିଲ ଥିଲେ।

Tags: #VigilanceRaid #ARISurendraKumarTanti #BorigumaTahasil #Koraput

Comment