ଓଡ଼ିଶାଲାଇଭ୍ ବ୍ୟୁରୋ

ନିଆରା କଣ୍ଠରେ ସୁମଧୁର ଗୀତ ଗାଇ ପରିଚିତ ହୋଇପାରିଛନ୍ତି କଣ୍ଠଶିଳ୍ପୀ ସ୍ୱୟମ ପ୍ରଭାସ ପାଢ଼ୀ। ପେସାରେ ଜଣେ ଇଞ୍ଜିନିୟର, କିନ୍ତୁ ସଙ୍ଗୀତ ପ୍ରତି ନିଶା ଆଜି ତାଙ୍କୁ ଜଣେ ନିଆରା କଣ୍ଠଶିଳ୍ପୀ ଭାବେ ଗଢ଼ି ତୋଳିଛି। ତାଙ୍କର ପ୍ରତି ଗୀତକୁ ଲୋକଙ୍କର ଖୁବ୍ ଭଲ ପାଇବା ମିଳୁଛି।

‘ଭଏସ୍ ଅଫ୍ ଓଡ଼ିଶା’ ସିଜନ-୩ରେ ପ୍ରଥମ ରନର୍ସଅପ୍ ଥିଲେ ସ୍ୱୟମ ପ୍ରଭାସ ପାଢ଼ୀ। ଓଡ଼ିଆ ଚଳଚ୍ଚିତ୍ର ‘ସୁନ୍ଦରଗଡ଼ର ସଲମାନ ଖାନ’ର ‘ନୂଆ ସାୟରୀ’ ସ୍ୱୟମଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ। ‘ତୁ ଚଞ୍ଚଳ ନଈଟେ’, ତେଲୁଗୁ ସୁନ୍ଦରୀ’ ଭଳି ଅନେକ ହିଟ ଗୀତ ଭେଟି ଦେଇଛନ୍ତି ସ୍ୱୟମ।

ଅନେକ ସମୟରେ ସ୍ୱୟମ ଏବଂ କଣ୍ଠଶିଳ୍ପୀ ଅନ୍ତରାଙ୍କ ବନ୍ଧୁତାକୁ ନେଇ ଚର୍ଚ୍ଚା ହୁଏ। ଦୁହିଁଙ୍କ ବନ୍ଧୁତା ଯେତିକି ନିବିଡ଼ ସେମାନଙ୍କ ଗାୟିକୀ ମଧ୍ୟ ସେତିକି ମଧୁର। ଅନ୍ତରା-ସ୍ୱୟମଙ୍କ ଯୋଡ଼ିକୁ ଶୁଣିବାକୁ ଲୋକଙ୍କୁ ଭଲ ମଧ୍ୟ ଲାଗେ।

ସ୍ୱୟମ ପ୍ରଭାସ ପାଢ଼ୀଙ୍କ ସଙ୍ଗୀତ ଜୀବନ ଯାତ୍ରା ଏବଂ ଅନ୍ତରାଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #SingerSwayamPravashPadhi #OllywoodSinger #ExclusiveInterview

Comment