ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସିନେମା ଜଗତର ଜଣେ ପରିଚିତ ନାଁ ଶ୍ରୀଧର ମାର୍ଥା। ପ୍ରଯୋଜନା ପାଇଁ ଓଡ଼ିଆ ସିନେ ଜଗତରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସେ ହାସଲ କରିଛନ୍ତି।

ସିନେମା ନିର୍ମାଣ ପାଇଁ ସେ ଯେତିକି ଚର୍ଚ୍ଚାରେ ରୁହନ୍ତି, ତା’ଠାରୁ ଅଧିକ ବିବାଦୀୟ ବି ରହିଥାଆନ୍ତି। ଅଭିନେତା ହେବାର ଲକ୍ଷ୍ୟ ନେଇ ଇଣ୍ଡଷ୍ଟ୍ରିକୁ ଆସିଥିବା ଶ୍ରୀଧର କ୍ରମେ ପ୍ରଯୋଜନା କ୍ଷେତ୍ରକୁ ଚାଲିଆସିଲେ।

ଓଲିଉଡ ସିନେ ଇଣ୍ଡଷ୍ଟ୍ରିଜକୁ ଅନେକ ଫିଲ୍ମ ଭେଟି ଦେଇଛନ୍ତି ଶ୍ରୀଧର। ‘କଥାଦେଲି ମଥା ଛୁଇଁ’, ‘ଦିଲ୍ ମୋର ମାନେନା’, ‘ମାୟାବିନୀ’ ଆଦି ଶ୍ରୀଧରଙ୍କ ପ୍ରଯୋଜିତ ଓଡ଼ିଆ ସିନେମା। ‘ମାଇଣ୍ଡଗେମ୍’ ଚଳଚ୍ଚିତ୍ର ନିର୍ମାଣ କରି ଚର୍ଚ୍ଚାକୁ ଆସିଥିଲେ ପ୍ରଯୋଜକ ଶ୍ରୀଧର ମାର୍ଥା।

‘ମାଇଣ୍ଡଗେମ୍’ ସିନେମା ରିଲିଜ୍ ହେବା ପରେ ପ୍ରଯୋଜକ ଶ୍ରୀଧର ମାର୍ଥା ଏବଂ ପ୍ରଯୋଜକ ଟୁଟୁ ନାୟକଙ୍କ ଭିତରେ ସାମ୍ନାକୁ ଆସିଥିଲା ଏକ ନୂଆ ବିବାଦ। ଉଭୟଙ୍କୁ ନେଇ ମିଡିଆରେ ଚାଲିଲା ଲଢ଼େଇ। ତେବେ ଟୁଟୁ ନାୟକଙ୍କ ସହିତ ଶ୍ରୀଧରଙ୍କର ଏହି ସିନେ ବିବାଦକୁ ନେଇ ଓଡ଼ିଶାଲାଇଭ୍ ସାକ୍ଷାତକାରରେ କ’ଣ କହିଛନ୍ତି ପ୍ରଯୋଜକ ଶ୍ରୀଧର ମାର୍ଥା, ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #OdiaCinema #SridharMartha #OllywoodCineIndustry #Producer #Odisha

LEAVE A REPLY

Please enter your comment!
Please enter your name here