ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ଅନ୍ତର୍ଜାତୀୟ ମାତୃଭାଷା ଦିବସ। ୨୦୦୦ ମସିହାଠାରୁ ୟୁନେସ୍କୋ ପକ୍ଷରୁ ପ୍ରତି ବର୍ଷ ଫେବ୍ରୁଆରି ୨୧ ତାରିଖକୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଭାବେ ପାଳନ କରାଯାଉଛି। ପ୍ରତିବର୍ଷ ଗୋଟିଏ ଗୋଟିଏ ଥିମକୁ ନେଇ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷର ଥିମ୍ ରହିଛି ‘ଭାଷା ଅତି ଗୁରୁତ୍ୱପୂର୍ଣ୍ଣ’।
ବିଶ୍ଵରେ ଭାଷା ଓ ସାଂସ୍କୃତିକ ବିବିଧତାକୁ ପ୍ରୋତ୍ସାହିତ କରିବା ଏବଂ ଲୋକଙ୍କ ମଧ୍ୟରେ ମାତୃଭାଷା ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଫେବ୍ରୁଆରି ୨୧ ତାରିଖକୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଅନ୍ତର୍ଜାତୀୟ ମାତୃଭାଷା ଦିବସର ରୌପ୍ୟ ଜୟନ୍ତୀ ପାଳିତ ହେଉଛି।
ଭାଷା ହେଉଛି ଏକ ମାତ୍ର ମାଧ୍ୟମ ଯାହା, ଲୋକଙ୍କୁ ପରସ୍ପର ସହ ଯୋଡ଼ି ରଖିବାରେ ସହାୟକ ହୋଇଥାଏ। କେବଳ ସେତିକି ନୁହେଁ ନିଜର ମନ କଥା ହେଉବା ନିଜର କଳା ସଂସ୍କୃତିକୁ ଲୋକଲୋଚନକୁ ଆଣିବାର ମାଧ୍ୟମ ମଧ୍ୟ ପାଲଟିଥାଏ ଭାଷା। ଭାରତରେ ବହୁଭାଷୀ ଲୋକ ବସବାସ କରୁଥିବାବେଳେ ସମସ୍ତଙ୍କୁ ଯୋଡ଼ି ରଖିବାରେ ଭାଷା ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ନିଜ ମାତୃଭାଷାର ବ୍ୟବହାର ଏବଂ ପ୍ରଚାର ପ୍ରସାର କରିବାର ଆବଶ୍ୟକତା ରହିଥିବାରୁ ଏହି ଦିନଟି ସମସ୍ତଙ୍କ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ।
୧୯୯୯ ମସିହା ଫେବ୍ରୁଆରି ୨୧ ତାରିଖକୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଭାବେ ପାଳନ କରିବା ନିମନ୍ତେ ୟୁନେକ୍ସୋ ଘୋଷଣା କରିଥିଲା। ପ୍ରଥମେ ବାଂଲାଦେଶରେ ଏହି ଦିବସ ପାଳନ କରାଯାଇଥିଲା। ୨୦୦୦ ମସିହାଠାରୁ ସମଗ୍ର ବିଶ୍ଵରେ ପାଳନ କରାଯାଉଛି।
Tags: #InternationalMotherLanguageDay #UNESCO #Language #Odia