ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଭକ୍ତି ସଙ୍ଗୀତର ଅତି ପରିଚିତ ନାଁ ଶାନ୍ତିଲତା ବାରିକ ଛୋଟରାୟ। ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ଗୀତ ପରିବେଷଣ କରନ୍ତି ତାହା ଶ୍ରୋତାଙ୍କୁ ବିଭୋର କରେ। ଶ୍ରୀ ଜଗନ୍ନାଥଙ୍କ ପାଇଁ ତାଙ୍କର ପ୍ରତିଟି ଗୀତକୁ ସେ ସମର୍ପଣ କରିଥାନ୍ତି।

ଶାନ୍ତିଲତା ବାରିକ ଛୋଟରାୟଙ୍କ ବାପାଙ୍କ ଘର ନିମାପଡ଼ା ଓ ତାଙ୍କ ଶାଶୂଘର ବ୍ରହ୍ମଗିରି। ଦୁଇଟି ଯାକ ସ୍ଥାନ ପୁରୀ ଜିଲ୍ଲାରେ ହୋଇଥିବାରୁ ଶାନ୍ତିଲତା ନିଜକୁ ବେଶ୍ ଭାଗ୍ୟବାନ ମନେ କରନ୍ତି ବୋଲି କହନ୍ତି।

ସେ କୁହନ୍ତି, “ପ୍ରଭୁ ଶ୍ରୀ ଜଗନ୍ନାଥ ମୋ ଜୀବନରେ ସବୁ ବାଲାନ୍ସ କରିଛନ୍ତି। ମୋ ମନକଥା ଜାଣି ମତେ ତାଙ୍କ ପାଖାପାଖି ରଖିଛନ୍ତି।

ଶାନ୍ତିଲତା ବାରିକ ଛୋଟରାୟଙ୍କ ସମ୍ପର୍କରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #shantilatabarikchhotray #odiabhajansinger #odiabhajan #odia #odisha

LEAVE A REPLY

Please enter your comment!
Please enter your name here