ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇ ଦୁଇଟି ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ମିଆଁମାର ଓ ଥାଇଲାଣ୍ଡ। ଶୁକ୍ରବାର ରିକ୍ଟର ସ୍କେଲରେ ୭.୭ ଓ ୬.୮ ତୀବ୍ରତାର ଏହି ଭୂମିକମ୍ପରେ ଉଭୟ ଦେଶରେ ବଡ଼ ଧରଣ କ୍ଷୟକ୍ଷତି ହୋଇଛି। ଏଥିରେ ୬୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି। ଭୂମିକମ୍ପ ଯୋଗୁଁ ଅନେକ କୋଠାଘର ଭୁଶୁଡ଼ି ପଡିଛି।
ଭୂମିକମ୍ପର କେନ୍ଦ୍ରସ୍ଥଳ ମିଆଁମାରର ମାଣ୍ଡାଲେ ସହର ନିକଟରେ ଥିଲା। ଏହା ଭୂମିରୁ ୧୦ କିଲୋମିଟର ତଳେ ଏହା ସଂଗଠିତ ହୋଇଥିଲା। ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ମଧ୍ୟ ଏହାର ପ୍ରକୋପ ଦେଖିବାକୁ ମିଳିଥିଲା। ଏହାସହ ଭାରତର କିଛି ଉତ୍ତରପୂର୍ବ ରାଜ୍ୟରେ ମଧ୍ୟ ଏହାର ଝଟକା ଅନୁଭୂତ ହୋଇଥିଲା।
ଏହି ଭୂମିକମ୍ପ ଯୋଗୁଁ ମିଆଁମାରର ମାଣ୍ଡାଲେରେ ଇରାୱାଡି ନଦୀରେ ଥିବା ଆଭା ସେତୁ ଭୁଶୁଡ଼ି ପଡ଼ିଛି। ଏହାସହ ମିଆଁମାର ଓ ଥାଇଲାଣ୍ଡରେ ଅନେକ କୋଠା ଘର ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି।
Tags: #Earthquake #NaturalDisaster #Myanmar #Thailand


















