ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ନୂଆ ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତ ହୋଇଛନ୍ତି ମନୋଜ କୁମାର ପରିଡ଼ା। ସେହିପରି ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ହାଇକୋର୍ଟର ବରିଷ୍ଠ ଆଇନଜୀବୀ କଳ୍ପନା ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ପବିତ୍ର ମଣ୍ଡଳଙ୍କୁ ସୂଚନା କମିଶନ ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର।
ରାଜ୍ୟର ନୂଆ ସୂଚନା କମିଶନରଙ୍କ ନିଯୁକ୍ତି ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଏକ କମିଟି ଗଠନ କରାଯାଇଥିଲା। ସୂଚନା ଅଧିକାର ନିୟମ ୨୦୦୫ ଆଧାରରେ ସୂଚନା କମିଶନ ସଦସ୍ୟଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ମନୋଜ କୁମାର ପରିଡ଼ା ହେଉଛନ୍ତି ୧୯୮୬ ବ୍ୟାଚର ଆଇଏଏସ୍ ଅଧିକାରୀ। ପୂର୍ବରୁ ସେ ରାଜ୍ୟ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ଵ ତୁଲାଇଛନ୍ତି।
Tags: #ManojKumarParida #ChiefInformationCommissioner #InformationCommission #RTI #Odisha