ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ହାଇକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏବେ ସୂଚନା ଅଧିକାର ଆଇନ(ଆରଟିଆଇ) ପରିସରକୁ ଆସିବ ରାଜ୍ୟ ଭିଜିଲାନ୍ସ। ଏକାଧିକ ବ୍ୟକ୍ତିଙ୍କ ପକ୍ଷରୁ ଦାୟର ମାମଲାର ବିଚାର କରି ହୋଇକୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି।

ଏ ସମ୍ପର୍କୀତ ସଂଶୋଧିତ ବିଜ୍ଞପ୍ତି ଆଗାମୀ ୪ ସପ୍ତାହ ମଧ୍ୟରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଗୋପନୀୟ ଏବଂ ସେମ୍ବଦନଶୀଳ ପ୍ରସଂଗ ବ୍ୟତୀତ ଅନ୍ୟ ସମସ୍ତ ପ୍ରସଂଗ ସୂଚନା ଅଧିକାର ଆଇନ ପରିସର ଭୁକ୍ତ ହେବ।

ଭିଜିଲାନ୍ସ ଆରଟିଆଇରୁ ବାଦ ପଡ଼ିଥିବା ନେଇ ୨୦୧୬ ମସିହାରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରେ ଏହାକୁ ଚ୍ୟାଲେଞ୍ଜ କରି ଏକାଧିକ ବ୍ୟକ୍ତି ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ। ଆଜି ମାନ୍ୟବର ହାଇକୋର୍ଟ ଏହି ମାମଲାର ରାୟ ପ୍ରକାଶ କରି ରାଜ୍ୟ ଭିଜିଲାନ୍ସ ଆରଟିଆଇ ପରିସରଭୂକ୍ତ ହେବ ବୋଲି କହିଛନ୍ତି।

Tags: #RTI #HighCourt #StateVigilance #RightToInformation #OdishaHighCourt

Comment