ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଗୋବର୍ଦ୍ଧନ ବିଶ୍ଵାଳ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ବିଦାୟୀ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଐଶ୍ଵର୍ଯ୍ୟା ସାମନ୍ତଙ୍କଠାରୁ ସେ ଦାୟିତ୍ଵ ଗ୍ରହଣ କରିଛନ୍ତି।
ଗୋବର୍ଦ୍ଧନ ବିଶ୍ୱାଳ ଦୀର୍ଘ ଦିନ ଧରି ନୀଳଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ନୀଳଗିରିର ରଥଯାତ୍ରାଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଉତ୍ସବ ସୁପରିଚାଳନାରେ ତାଙ୍କର ସୁନାମ ରହିଛି। କାର୍ଯ୍ୟଭାର ଗ୍ରହଣ କରିବା ଅବସରରେ ସେ ଗଣମାଧ୍ୟମର ପ୍ରତିନିଧିଙ୍କ ସହଯୋଗ କାମନା କରିଛନ୍ତି।
Tags: #GobardhanBiswal #IPR #Balasore #Odisha