ଓଡ଼ିଶାଲାଇଭ୍ ବ୍ୟୁରୋ

‘ଅପରେସନ ସିନ୍ଦୂର’ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ଶୀର୍ଷରେ ପହଞ୍ଚିଛି। ଏଭଳି ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରି ପୁଣିଥରେ ବୁଝାମଣା କରିବାକୁ ପ୍ରସ୍ତାବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଉତ୍ତେଜନା ହ୍ରାସ ପାଇଁ ପରାମର୍ଶ ଦେବା ସହ ସେ କହିଛନ୍ତି, ଉଭୟ ଭାରତ ଓ ପାକିସ୍ତାନ ସହ ଆମେରିକାର ସଂପର୍କ ଭଲ ରହିଛି। ଯାହା ସମ୍ଭବ, ତାହା ନିଶ୍ଚୟ କରିବେ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି।

ଅନ୍ୟପଟେ ଆତଙ୍କବାଦୀ ଠିକଣାରେ ଭାରତର ଏୟାରଷ୍ଟ୍ରାଇକ ପରେ ବିଚଳିତ ହୋଇପଡ଼ିଛି ପାକିସ୍ତାନ। ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି, ଭାରତ ଯାହା କରିଛି, ତା’ର ବଡ଼ ପରିଣାମ ଭୋଗିବ। ଭାରତକୁ ପ୍ରତ୍ୟେକ ରକ୍ତ ବୁନ୍ଦାର ହିସାବ ଦେବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଆକ୍ରମଣରେ ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କୁ ସହିଦ ସମ୍ୱୋଧନ କରି ସେମାନଙ୍କ ପରିବାର ସହ ପୂରା ପାକିସ୍ତାନ ରହିଥିବା କହିଛନ୍ତି ଶେହବାଜ। ଏହାକୁ ସମାଲୋଚନା କରିଛି ଭାରତ।

Tags: #DonaldTrump #OperationSindoor #Pahalgam #Kashmir #WarAlert

Comment