ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତିଦିନ ସକାଳେ ରାଜଧାନୀ ଭୁବନେଶ୍ୱରର କିଛି ସ୍ଥାନରେ ଶ୍ରମିକଙ୍କ ହାଟ ବସିଥାଏ। ଏଠାକୁ କାମ ଅନ୍ୱେଷଣରେ ଆସିଥାନ୍ତି ଅନେକ ମହିଳା। ଗାଁ ହେଉ କି ସହର, ଏବେବି ଅନେକ ମହିଳା, ପରିବାର ପ୍ରତିପୋଷଣ କରିବାକୁ ଦିନ ମଜୁରିଆ ଭାବେ କାମ କରନ୍ତି।
ସେହି ମହିଳାମାନଙ୍କ ଶ୍ରମ ହିଁ ଆମ ଅର୍ଥନୀତିର ଅଦୃଶ୍ୟ ଆଧାର। ସେମାନଙ୍କ ଦିନ ଆରମ୍ଭ ହୁଏ ସୂର୍ଯ୍ୟୋଦୟ ପୂର୍ବରୁ। ଖରା ହେଉ କି ବର୍ଷା, ଖୋଲା ଆକାଶ ତଳେ ମୁଣ୍ଡରେ ନିଜ ପରିବାର ପ୍ରତିପୋଷଣର ବୋଝ ନେଇ ମହିଳାଟିଏ ପ୍ରତିଦିନ ସକାଳୁ ଘରୁ ବାହାରି ଆସେ।
ତେବେ କେମିତି କଟେ ଏହି ମହିଳାମାନଙ୍କର ଜୀବନ, କେମିତି ସେମାନେ ନିଜ ପରିବାର ଏବଂ ପିଲମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଦେଖନ୍ତି ସ୍ୱପ?
ମହିଳା ସଶକ୍ତିକରଣ ପାଇଁ ଅନେକ ସରକାରୀ ଯୋଜନା ରହିଛି। ବାସ୍ତବରେ କ’ଣ ଏଇ ମହିଳାମାନେ ଏଥିରୁ ଉପକୃତ ହୋଇପାରିଛନ୍ତି?
ଏମାନଙ୍କ କାହାଣୀ ଜାଣିବା ପାଇଁ ଓଡିଶାଲାଇଭ୍ ପ୍ରସ୍ତୁତ ଏହି ସ୍ଵତନ୍ତ୍ର ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ।
Tags: #EmpowerWomen #WomenAtWork #LabourRights