ଓଡ଼ିଶାଲାଇଭ୍ ବ୍ୟୁରୋ

ମା’ ଓ ଶିଶୁର ଉତ୍ତମ ସ୍ୱାସ୍ଥ୍ୟ, ପୁଷ୍ଟିସାଧନ ସହ ଶିଶୁ ମୃତ୍ୟୁହାର ହ୍ରାସ ଲକ୍ଷ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାକୁ ମିଳିତ ଭାବେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଏକାଠି ହୋଇଛି ରାଜ୍ୟ ସରକାରଙ୍କ ‘ମମତା’ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା’ ଯୋଜନା।

ଏବେ ‘ମମତା-ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା’ ନାମରେ ନୂଆ ଯୋଜନା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଯୋଜନାକୁ ଅନୁମୋଦନ ମିଳିଛି।

ଝିଅ ଜନ୍ମ ହେଲେ ଏହି ଯୋଜନା ଅଧୀନରେ ୧୨ ହଜାର ଟଙ୍କା ଏବଂ ପୁଅ ଜନ୍ମ ହେଲେ ୧୦ ହଜାର ଟଙ୍କା ମା’ ମାନଙ୍କୁ ପ୍ରଦାନ କରାଯିବ। ସେହିପରି ଆଦିମ ଜନଜାତି ବା ପିଭିଟିଜି ବର୍ଗର ମହିଳାମାନେ ଏହି ଯୋଜନାରେ ପ୍ରଥମ ୨ଟି ସନ୍ତାନ ପରେ ମଧ୍ୟ ଏହି ସହାୟତା ପାଇପାରିବେ।

ଆସନ୍ତା ୫ ବର୍ଷରେ ଏହି ଯୋଜନାରେ ୨,୬୭୦ କୋଟି ଟଙ୍କା ବ୍ୟୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟସରକାର।

Tags: #MamataScheme #PMMVY #CMMohanCharanMajhi #MaternityBenefits #OdishaGovt

Comment