ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ‘ବହିଘର-ବିଦ୍ୟାଭାରତୀ’ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ‘ଘରେଘରେ ବହିଘର’ ଓ ‘ସାରାବର୍ଷ ବହିମେଳା’ ଅଭିଯାନର ଅଂଶସ୍ଵରୂପ ‘ଆମ ପ୍ରିୟ ଲେଖକଙ୍କୁ ଭେଟିବା ଚାଲ’ କାର୍ଯ୍ୟକ୍ରମ ବାଲେଶ୍ଵରସ୍ଥିତ ବହିଘର-ବିଦ୍ୟାଭାରତୀ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ତଥା ‘ଶିଶୁଲେଖା’ର ସମ୍ପାଦକ ଡକ୍ଟର ଦାଶ ବେନହୁର, କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡ଼ିଆ ଭାଷା ଉପଦେଷ୍ଟା ମଣ୍ଡଳୀର ଆବାହକ ବିଶିଷ୍ଟ କଥାକାର ଡକ୍ଟର ଗୌରହରି ଦାସ ଏବଂ ବିଶିଷ୍ଟ ପ୍ରାବନ୍ଧିକ ପ୍ରଫେସର ଅଭିରାମ ବିଶ୍ଵାଳ ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ।
‘ବିଦ୍ୟାଭାରତୀ’ର ନିର୍ଦ୍ଦେଶକ କବି ଅଭୟ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଅତିଥି ଲେଖକ ପ୍ରତାପ କୁମାର ନାୟକ, ଭଗବାନ ଦାସ, ବିଜୟ ଦାସ ଅଧିକାରୀ, ଅରୂପାନନ୍ଦ ପାଣିଗ୍ରାହୀ, ପ୍ରତିମା ପଣ୍ଡା, ଡାକ୍ତର ବେଣୁମାଧବ ଶତପଥୀ, ଡକ୍ଟର ସନ୍ତୋଷ ନାୟକ ଓ ବିଦ୍ୟାଧର ସାହୁ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଲେଖକ ଓ ଶ୍ରୋତାଙ୍କର ସାହିତ୍ୟ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇଥିଲେ।
କବି ପୂର୍ଣ୍ଣଚନ୍ଦ୍ର ପଣ୍ଡା ସ୍ଵାଗତ ଅଭିଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ ‘ବହିଘର’ ନିର୍ଦ୍ଦେଶିକା ମଞ୍ଜୁଲତା ବଳ, ଦେବାଶିଷ ପଣ୍ଡା, ବିଦ୍ୟାଧର ନାୟକ ଏବଂ କବି ଜୟନ୍ତ ହଂସରାଜ।
Tags: #BahigharBidyabharati #WritersMeet #Balasore #Odisha