ଓଡ଼ିଶାଲାଇଭ୍ ବ୍ୟୁରୋ
ୟୁପିଆଇ ଦ୍ଵାରା ଲୋକେ ଖୁବ କମ ସମୟ ଓ ସହଜରେ ଟଙ୍କା ନେଣଦେଣ କରିଥାନ୍ତି। ହେଲେ ଅନଲାଇନରେ ଏହି ଟଙ୍କା କାରବାର ସୁବିଧା ଯେତିକି ଭଲ ସେତିକି ବିପଦ। କାରଣ ଅନେକ ସମୟରେ ଟଙ୍କା ଭୁଲ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଏ।
ଫଳରେ ଟଙ୍କା ପଠାଉଥିବା ବ୍ୟକ୍ତିଙ୍କର ସମସ୍ୟା ବିଢ଼ିଯାଏ। ଏଥିପାଇଁ ବେଶି ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ଭୁଲ ୟୁପିଆଇ ଟ୍ରାନଜାକ୍ସନ ହେଲେ ମଧ୍ୟ ଟଙ୍କା ଫେରସ୍ତ ପାଇପାରିବେ।
କେମିତି ପାଇବେ ଟଙ୍କା?
ପ୍ରଥମେ ଏନପିସିଆଇ ୱେବସାଇଟକୁ ଯିବେ। ସେଠାରେ ‘ହ୍ଵାଟ ୱି ଡୁ’ ଅପ୍ସନରେ କ୍ଲିକ କରି ‘ୟୁପିଆଇ’ ବିକଳ୍ପକୁ ଚୟନ କରିବେ। ଏହାପରେ ‘ଡିସପ୍ୟୁଟ ରିଡ୍ରେସାଲ ମେକାନିଜିମ’ ଉପରେ କ୍ଲିକ କରି ‘ଟ୍ରାନଜାକ୍ସନ’ ଟ୍ୟାବ ଉପରେ କ୍ଲିକ କରିବେ। ସେଠାରେ ନେଚର ଅଫ ଟ୍ରାନଜାକ୍ସନ, ଇସ୍ୟୁ, ଟ୍ରାନଜାକ୍ସନ ଆଇଡି ଆଦି ତଥ୍ୟ ଦେବା ସହ ବ୍ୟାଙ୍କ ଆକାଉଣ୍ଟ ଷ୍ଟେଟମେଣ୍ଟର ସ୍କ୍ରିନସଟ ଅପଲୋଡ୍ କରି ସବମିଟ କରିବେ।
ଏନପିସିଆଇ ଅଭିଯୋଗର ସମୀକ୍ଷା କରି କିଛି ଦିନ ମଧ୍ୟରେ ଯୋଗାଯୋଗ କରିବ। ଏହା ବ୍ୟତୀତ ସମସ୍ତ ୟୁପିଆଇ ଆପ ଯେପରିକି ଫୋନ ପେ’, ଗୁଗୁଲ ପେ’ ଆଦିରେ ମଧ୍ୟ କମ୍ପଲେଣ୍ଟ ଦେଇ ଟଙ୍କାକୁ ଫେରସ୍ତ ପାଇପାରିବେ।
Tags: #NPCI #WrongUPITransaction #Refund #DisputeRedressalMechanism















