ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ଥରକରେ ୫ ଲକ୍ଷ ଟଙ୍କା ଯାଏଁ କରିହେବ ‘ୟୁପିଆଇ’ ପେମେଣ୍ଟ। କେବଳ ସ୍ୱାସ୍ଥ୍ୟ ସେବା ଓ ପାଠପଢ଼ା କ୍ଷେତ୍ରରେ ୟୁପିଆଇ ପେମେଣ୍ଟରେ ଏହି ସୁବିଧା ମିଳିବ। ଏନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ଗାଇଡଲାଇନ ଅନୁସାରେ ପୂର୍ବରୁ ଥିବା ୟୁପିଆଇ ପେମେଣ୍ଟର ଲିମିଟକୁ ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା କରାଯାଇଛି। ବର୍ତ୍ତମାନ କେବଳ ସ୍ୱାସ୍ଥ୍ୟ ସେବା ଓ ପାଠପଢ଼ା କ୍ଷେତ୍ରରେ ଏହି ବ୍ୟବସ୍ଥା କରାଯାଇଥିବା ବେଳେ ଆଗକୁ ଆହୁରି ଅଧିକ କ୍ଷେତ୍ରରେ ଏହା ଉପଲବ୍ଧ ହେବ। ଏଥିପାଇଁ କିଛି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ।

ୟୁପିଆଇ ବ୍ୟବହାରକୁ ଆହୁରି ବଢ଼ାଇବା ଉଦ୍ଦେଶ୍ୟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ପଦକ୍ଷେପ ନିଯାଇଥିବା ଶକ୍ତିକାନ୍ତ ଦାସ କହିଛନ୍ତି।  

ନାସନାଲ ପେମେଣ୍ଟସ୍ କର୍ପୋରେସନ୍‌ ଅଫ୍‌ ଇଣ୍ତିଆ (ଏନପିସିଆଇ) ପକ୍ଷରୁ ୟୁପିଆଇ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏହାଦ୍ୱାରା ଉପଭୋକ୍ତା ନିଜ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଅନଲାଇନ୍‌ ଜରିଆରେ ଟଙ୍କା ନେଣଦେଣ କରିପାରୁଛନ୍ତି।

Tags: #UPI #OnlinePayments #NPCI #RBI

LEAVE A REPLY

Please enter your comment!
Please enter your name here