ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭାଇରସ ସଂକ୍ରମଣ ଯୋଗୁଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା ହୋଇଛି। ତେବେ ଲକ୍‌ଡାଉନ ସମୟରେ ଆପଣଙ୍କର କୌଣସି ଜରୁରୀ କାମ ଅଟକି ଯାଇଛି କି? ତେବେ ଚିନ୍ତା କରନ୍ତୁ ନାହିଁ। ଏହି ୭ଟି ସରକାରୀ ଆପ ମାଧ୍ୟମରେ ଆପଣଙ୍କ ଅଟକି ଯାଇଥିବା କାମ ହୋଇପାରିବ। ଲକ୍‌ଡାଉନ ବେଳେ ଘରେ ବସି ଅନ୍‌ଲାଇନ୍‌ରେ ଆପଣଙ୍କ କାମ ହୋଇପାରିବ। ଆସନ୍ତୁ ଜାଣିବା, ସେହି ଆପ୍‌ଗୁଡ଼ିକ କ’ଣ?

bhim upi

ଭାରତ ଇଣ୍ଟରଫେସ ଫର ମନି ପେମେଣ୍ଟ ଆପ୍। ଏହି ଆପ ବ୍ୟବହାର କରି ଅତି ସହଜରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଆଉ ଗୋଟିଏ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ହେବ। ଏଥିପାଇଁ ୟୁପିଆଇ ପିନ୍ ଥିବା ଆବଶ୍ୟକ। ଯେଉଁମାନଙ୍କ ପାଖରେ ୟୁପିଆଇ ପିନ୍‌ ନଥିବ ସେମାନେ କ୍ୟୁଆର କୋଡକୁ ସ୍କାନ କରି ମଧ୍ୟ ଟଙ୍କା ପଠାଇପାରିବେ।

umang

ୟୁନିଫାଇଡ ମୋବାଇଲ ଆପ୍ଲିକେଶନ ଫର ନ୍ୟୁ ଏଜ୍ ଗଭର୍ନାନ୍ସ। ଉମଙ୍ଗ ଆପ ଡିଜିଟାଲ ଇଣ୍ଡିଆ ପ୍ରୋଗ୍ରାମର ଏକ ଅଂଶ। ଏହି ସରକାରୀ ଆପ୍‌ ମାଧ୍ୟମରେ ସମସ୍ତ ପ୍ରକାରର ସରାକରୀ ସେବାର ଲାଭ ଉଠାଇ ପାରିବେ। ଏହି ଆପ୍‌ ମାଧ୍ୟମରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଉଠାଇ ପାରିବେ। ଏହାଛଡ଼ା ଏହି ଆପ୍‌ ମାଧ୍ୟମରେ ଆଧାର କାର୍ଡ୍ ଆବେଦନ, ଗ୍ୟାସ ବୁକିଂ, ଭାରତ ବିଲ୍ ପେ ଆଦି ସୁବିଧାର ଲାଭ ଉଠାଇ ପାରିବେ।

ଇ-ହସ୍ପିଟାଲ

ଏହି ସରକାରୀ ଆପ୍‌ ମାଧ୍ୟମରେ ବିଭିନ୍ନ ହସ୍ପିଟାଲରେ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ। ଆପଣଙ୍କୁ କୌଣସି ହସ୍ପିଟାଲ ଯାଇ ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ। ତେବେ ଏଥିପାଇଁ ଆପଣଙ୍କ ଆଧାର କାର୍ଡ ରହିଥିବା ଆବଶ୍ୟକ। ଏହି ଆପ୍‌ ଆଧାର ନମ୍ବରକୁ ଇ-ଡାଟା ରୂପେ ବ୍ୟବହାର କରିଥାଏ। ଏହାପରେ ଆବଶ୍ୟକ ବିଭାଗର ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ସହାୟତା କରିଥାଏ।

ଅନ୍‌ଲାଇନ RTI

ଏହି ଆପ୍‌ରେ ୟୁନିଫାଇଡ ଇଣ୍ଟରଫେସ ସୁବିଧାର ରହିଛି। ଏହାକୁ ବ୍ୟବହାର କରି ଆପଣ କେନ୍ଦ୍ର ଓ ରାଜ୍ୟର ବିଭାଗରେ RTI ଫାଇଲ କରିପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ବଭାଗକୁ ଯିବାକୁ ପଡ଼ିବ ନାହିଁ। ଘରେ ଅନଲାଇନରେ ଆପଣ ଚାହୁଁଥିବା ବିଭାଗ ବିଷୟରେ ସମସ୍ତ ତଥ୍ୟ ପାଇପାରିବେ।

GST ରେଟ୍ ଫାଇଣ୍ଡର

ଏହି ଆପ୍‌ ବ୍ୟବହାର କରି ଆପଣ ବିଭିନ୍ନ ଜିନିଷ ଉପରେ ଲଗାଯାଉଥିବା ଜିଏସ୍‌ଟି ଟ୍ୟାକ୍ସ ବିଷୟରେ ଜାଣି ପାରିବେ। ଏହାଛଡ଼ା ଜିଏସ୍‌ଟିକୁ ନେଇ ଅନ୍ୟ ଗୁରୁତ୍ଵପୂର୍ଣ୍ଣ କଥା ମଧ୍ୟ ଜାଣି ପାରିବେ। କେନ୍ଦ୍ରୀୟ ଏକ୍ସାଇଜ୍ ଓ କଷ୍ଟମ୍ସ ବୋର୍ଡ ପକ୍ଷରୁ ଏହି ଆପ୍‌କୁ ବାହାର କରାଯାଇଛି। ତେବେ ଜିଏସ୍‌ଟି ଫାଇଲ କରିବାକୁ ଚାହୁଁଥିଲେ ଆପଣ www.gst.gov.inରେ ଲଗ ଇନ କରି ଜିଏସ୍‌ଟି ଫାଇଲ କରିପାରିବେ।

ଇ-ପାଠଶାଳା

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଳୟ ଓ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଏବଂ ଟ୍ରେନିଂର ମିଳିତ ସହଯୋଗରେ ଏହି ଆପ୍‌ ବାହାର କରାଯାଇଛି। ଏହି ଆପ୍‌ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସମସ୍ତ ପ୍ରକାରର ଶିକ୍ଷାର ଉତ୍ସ ପାଇପାରିବେ। ଇ-ପାଠଶାଳାରେ ସମସ୍ତ ପ୍ରକାରର ବହି, ନୋଟ୍ସ୍, ବିଭିନ୍ନ ବିଷୟକୁ ନେଇ ଭିଡିଓ ଓ ଅନ୍ୟାନ ଜିନିଷ ରହିଛି। ଏହାକୁ ବ୍ୟବହାର କରି ଘରେ ଥିବା ଛାତ୍ରଛାତ୍ରୀଙ୍କୁ ପାଠ ପଢାଇ ହେବ।

My Gov

ଏହି ଆପ୍‌ ମାଧ୍ୟମରେ ଦେଶର ଯେକୌଣସି ନାଗରିକ ଦେଶର ସହୟତା କରିପାରିବେ। ଏହାସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ନିଜର ମତଦେଇ ପାରିବେ। ଏହି ଆପ ମାଧ୍ୟମରେ ଆପଣି ସିଧାସଳଖ ଯେକୌଣସି ମନ୍ତ୍ରାଳୟ ବିଷୟରେ ଜାଣିପାରିବେ।

କିଛି ଦିନ ତଳେ ଲକ୍‌ଡାଉନ ସମୟରେ ବିଚଳିତ ନହୋଇ ଏହି ଆପ ଗୁଡ଼ିକୁ ବ୍ୟବହାର କରିବାକୁ ଡିଜିଟାଲ ଇଣ୍ଡିଆ ପକ୍ଷରୁ ଟୁଇଟ କରି କୁହାଯାଇଥିଲା।

କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ଏକମାତ୍ର ଔଷଧ ହେଉଛି ସାମାଜିକ ଦୂରତା ରକ୍ଷା କରିବା। ଏହାକୁ ଦୃଷ୍ଟିରେ ରଖା ସାରା ଦେଶକୁ ଏପ୍ରିଲ ୧୪ ତାରିଖ ଯାଏଁ ଲକ୍‌ଡାଉନ ଘୋଷଣା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୩୬୬୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯୧ଜଣ  ଆକ୍ରାନ୍ତ ଭଲ ହୋଇ ଘରକୁ ଫେରିଛନ୍ତି।

Comment