ଓଡ଼ିଶାଲାଇଭ୍ ବ୍ୟୁରୋ

ଖୁବଶୀଘ୍ର ଭାରତରେ ଲଞ୍ଚ୍ ହେବାକୁ ଯାଉଛି ‘ହ୍ୱାଟ୍ସଆପ୍ ପେ’। ନ୍ୟାସନାଲ ପେମେଣ୍ଟ୍ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ଏହାକୁ ସବୁଜ ସଙ୍କେତ ଦେବା ପରେ ଏନେଇ ଜୋରସୋରରେ କାମ ଆଗେଇ ଚାଲିଛି।

ଏହି ଆଉ ଅଳ୍ପ ଦିନ ମଧ୍ୟରେ ଭାରତରେ ଲଞ୍ଚ କରିବ। ଅନ୍ୟ ସମସ୍ତ ପେମେଣ୍ଟ୍ ଆପ୍ ପରି ଲୋକମାନେ ହ୍ୱାଟ୍ସଆପରେ ମଧ୍ୟ ଟଙ୍କା ପଠାଇପାରିବେ। ହ୍ୱାଟ୍ସଆପରେ ଏଥିପାଇଁ ଏକ ସ୍ୱତନ୍ତ୍ର ଫିଚର୍ ରହିବ ବୋଲି ସୂଚନା ମିଳିଛି।

ଅନ୍ୟ ଦେଶମାନଙ୍କ ଅପେକ୍ଷା ଭାରତରେ ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ସଂଖ୍ୟା ବହୁତ ବେଶୀ ଥିବା କାରଣରୁ ଏହା ଭାରତରେ ମଧ୍ୟ ଲୋକପ୍ରିୟ ହୋଇପାରିବ। ବିଶେଷକରି ପେଟିଏମ୍, ଗୁଗୁଲ୍ ପେ ଓ ଫୋନ୍ ପେ ଭଳି ପେମେଣ୍ଟ୍ ଆପ୍ ଏହାଦ୍ୱାରା ପ୍ରଭାବିତ ହେବେ ବୋଲି କୁହାଯାଉଛି।

ଦୀର୍ଘ ଦୁଇ ବର୍ଷ ଧରି କମ୍ପାନି ଏନେଇ କାମ ଜାରି ରଖିଥିଲା କିନ୍ତୁ ଏହାକୁ ଏନସିପିଆଇ ସବୁଜ ସଙ୍କେତ ମିଳିନଥିଲା। ବର୍ତ୍ତମାନ ଏହାକୁ ଏନପିସିଆଇର ସବୁଜ ସଙ୍କେତ ମିଳିବା ପରେ ଖୁବଶୀଘ୍ର ହ୍ୱାଟ୍ସଆପରେ ପେମେଣ୍ଟ୍ ବ୍ୟବସ୍ଥା ଆରମ୍ଭ ହେବ ବୋଲି କୁହାଯାଇଛି।

Comment