ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିଜିଟାଲ ପେମେଣ୍ଟ କମ୍ପାନି Paytm ଗ୍ରାହକଙ୍କ ପାଇଁ ଖୁସି ଖବର। ଏଣିକି ପେଟିଏମ୍‌ ନିଜ ଗ୍ରାହକଙ୍କ ପାଇଁ ୨୪ ଘଣ୍ଟିଆ ଏନ୍‌ଇଏଫ୍‌ଟି(ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର) ଟ୍ରାଞ୍ଜାକ୍ସନର ସୁବିଧା ଦେବାକୁ ଘୋଷଣା କରିଛି।

ପୂର୍ବରୁ ପେଟିଏମ୍‌ ଗ୍ରାହକ ୟୁପିଆଇ ଏବଂ ଆଇଏମ୍‌ପିଏସ୍‌ ଜରିଆରେ ଯେକୌଣସି ସମୟରେ ଟଙ୍କା ପଠାଇପାରୁଥିଲେ। ବର୍ତ୍ତମାନ ଏଥିରେ ସାମିଲ ହୋଇଯାଇଛି ଏନ୍‌ଇଏଫ୍‌ଟି। ଏଣିକି ପେଟିଏମ୍‌ରେ ୟୁପିଆଇ, ଆଇଏମ୍‌ପିଏସ୍‌ ଏବଂ ଏନ୍‌ଇଏଫ୍‌ଟି ୩ଟି ପ୍ରକ୍ରିୟାରେ ୨୪ ଘଣ୍ଟିଆ ଟ୍ରାଞ୍ଜାକ୍ସନ ସୁବିଧା ମିଳିବ।

କେବଳ ସେତିକି ନୁହେଁ, ପେଟିଏମ୍‌ର ଏନ୍‌ଇଏଫ୍‌ଟି ଜରିଆରେ ଗ୍ରାହକ ଥରକରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ପଠାଇପାରିବେ। ଏହି ଧାରାରେ ଦେଖିବାକୁ ଗଲେ, ଫୋନ୍‌ପେ’ କିମ୍ବା ଗୁଗୁଲ ପେ’ରେ ଗ୍ରାହକ ୟୁପିଆଇ ଜରିଆରେ ପେମେଣ୍ଟ କଲେ ଥରକରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ପଠାଇପାରିବେ।

କମ୍ପାନିର ଏହି ଘୋଷଣା ପରେ ପେଟିମ୍‌ ବର୍ତ୍ତମାନ ୟୁପିଆଇ, ଆଇଏମ୍‌ପିଏସ୍‌, ଏନ୍‌ଇଏଫ୍‌ଟି, ୱାଲେଟ୍‌ ଏବଂ କାର୍ଡ ପେମେଣ୍ଟ ସୁବିଧା ଯୋଗାଉଥିବା ଦେଶର ପ୍ରଥମ ପେମେଣ୍ଟ ଆପ୍‌ ହୋଇପାରିଛି।

ସୂଚନାଯୋଗ୍ୟ, ଡିଜିଟାଲ ଟ୍ରାଞ୍ଜାକ୍ସନକୁ ପୋତ୍ସାହନ ଦେବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଡିସେମ୍ବର ୧୬ରୁ ଏନ୍‌ଇଏଫ୍‌ଟି(ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର)ରେ ୨୪ ଘଣ୍ଟିଆ ଟ୍ରାଞ୍ଜାକ୍ସନ ଆରମ୍ଭ କରିଛି। ଆର୍‌ବିଆଇର ଘୋଷଣା ପରେ ପେଟିମ୍‌ ଏନ୍‌ଇଏଫ୍‌ଟି ଟାଞ୍ଜାକ୍ସନକୁ ୨୪ ଘଣ୍ଟିଆ କରି ଦେଇଛି।

Comment