ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ତ୍ତମାନ ସମୟରେ ଟଙ୍କା ଦେଣନେଣର ସହଜ ମାଧ୍ୟମ ପାଲଟିଛି ୟୁପିଆଇ। ଭାରତରେ ୟୁପିଆଇ ଉପଭୋକ୍ତାଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।
ତେବେ ବିଭିନ୍ନ ସମୟରେ ଇଣ୍ଟରନେଟ ସମସ୍ୟା ଯୋଗୁଁ ଅନଲାଇନ ପେମେଣ୍ଟ କରିପାରୁନାହାନ୍ତି ଉପଭୋକ୍ତା। ଏହାକୁ ନେଇ ଚିନ୍ତା ବଢ଼ିବା ସ୍ଵାଭାବିକ। ଏଣିକି ଏହି ସମସ୍ୟା ଆଉ ରହିବ ନାହିଁ। କାରଣ ଇଣ୍ଟରନେଟ ନଥିଲେ ମଧ୍ୟ ୟୁପିଆଇରେ ଅଫଲାଇନ ପେମେଣ୍ଟ କରିହେବ।
କେମିତି କରିବେ ଅଫଲାଇନ ପେମେଣ୍ଟ?
ଅଫଲାଇନ ପେମେଣ୍ଟ କରିବା ପାଇଁ ଉପଭୋକ୍ତାମାନେ ପ୍ରଥମେ ୟୁପିଆଇ ରେଜିଷ୍ଟ୍ରେଟ ମୋବାଇଲ ନମ୍ବରରୁ *୯୯# ଡାଏଲ୍ କରିବେ। ଏହାପରେ କେତେକ ଅପ୍ସନ ଆସିବ। ଏଥିରୁ ସେଣ୍ଡ ମନି ଅପ୍ସନକୁ ଚୟନ କରିବାକୁ ହେବ।
ସେଣ୍ଡ ମନି ଅପ୍ସନ ଉପରେ କ୍ଲିକ୍ କରିବା ମାତ୍ରେ ମୋବାଇଲ ନମ୍ବର, ୟୁପିଆଇ ଆଇଡି, ଆକାଉଣ୍ଟ ନମ୍ବର ଏବଂ ଆଇଏଫଏସସି କୋଡ ଅପ୍ସନ ଆସିବ। ଏଥିମଧ୍ୟରୁ ଗୋଟିକୁ ଚୟନ କରି ତଥ୍ୟ ଦେବାକୁ ପଡ଼ିବ। ଏହାପରେ ପଠାଇବାକୁ ଚାହୁଁଥିବା ରାଶିକୁ ଯୋଡ଼ି ୟୁପିଆଇ ପିନ ଦେବା ମାତ୍ରେ ପେମେଣ୍ଟ ହୋଇଯିବ।
Tags: #OfflinePayment #UPI #NoInternet #NPCI