ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯଦି ଆପଣ କିମ୍ବା ଆପଣଙ୍କ ପରିବାର ସବୁବେଳେ ଟ୍ରେନରେ ଯାତ୍ରା କରୁଥାନ୍ତି ତେବେ ଏ ଖବର ଆପଣଙ୍କ ଲାଗି ନିଶ୍ଚିତ ଜାଣିବା ଦରକାର। ଭାରତୀୟ ରେଳ ଟିକେଟ ବୁକିଂ ଓ ରିଫଣ୍ଡ ନିୟମରେ କିଛିଟା ପରିବର୍ତ୍ତନ କରିଛି

ନୂଆ ନିୟମ ଅନୁସାରେ ଟ୍ରେନ ବିଳମ୍ବ ହେତୁ ଯେଉଁ ଟ୍ରେନରେ ଯିବା କଥା ନ ଯାଇପାରିବେ ଆପଣଙ୍କୁ ଟିକେଟର ମୂଲ୍ୟ ଟଙ୍କା ଫେରସ୍ତ କରାଯିବ। ରେଲବିଭାଗର ଏହି ପରିବର୍ତ୍ତନ ପରେ କୋଟି କୋଟି ଯାତ୍ରୀ ଉପକୃତ ହେବେ। ଏହା ସହିତ ଏବେ ମୁଖ୍ୟ ଓ କନେକଟିଂ ଟ୍ରେନ ଲାଗି ଗୋଟିଏ ପିଏନ୍‌ଆର୍‌ ଲାଗୁ କରାଯିବ।

ଏହା ବାଦେ ଯଦି ଆପଣ ଟ୍ରେନ ବିଳମ୍ବ ହେତୁ ପରବର୍ତ୍ତୀ ଟ୍ରେନ ପାଇପାରୁନାହାନ୍ତି ତେବେ ଆପଣଙ୍କୁ ସେହି ଟ୍ରେନ ପାଇଁ ଥିବା ଟିକେଟର ମୂଲ୍ୟ ଫେରସ୍ତ କରାଯିବ।

ଯାତ୍ରୀଙ୍କୁ ଫାଇଲ କରିବାକୁ ହେବ ଟିଡିଆର

ଯଦି କୌଣସି କାରଣରୁ କରେଣ୍ଟ କାଉଣ୍ଟର ଉପଲବ୍ଧ ହେଉନାହିଁ ତେବେ ସେହି ପରିସ୍ଥିତିରେ ତିନିଦିନ ଭିତରେ ସେହି ଷ୍ଟେସନରେ ଟିଡିଆର ଫାଇଲ କରିପାରିବେ। ଯାତ୍ରୀ ଟିଡିଆର ଫାଇଲ କରିବା ପରେ ଯାଞ୍ଚ କରାଯିବ। ଏହାପରେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଦିଆଯିବ।

Comment