ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେଠୁ ମହଙ୍ଗା ହେବ ଟ୍ରେନ ଯାତ୍ରା। କାରଣ ଟିକେଟ୍‌ ମୂଲ୍ୟରେ ବୃଦ୍ଧି ହୋଇଛି। ନୂଆ ଦର ଆଜିଠାରୁ ଲାଗୁ ହୋଇଛି। ଏ ନେଇ ରେଳବାଇ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ବିଜ୍ଞପ୍ତି ଅନୁସାରେ ସାଧାରଣ ଶ୍ରେଣୀରେ ୫୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ ଟିକେଟ ମୂଲ୍ୟ ବୃଦ୍ଧି କରାଯାଇ ନାହିଁ। ୫୦୧ରୁ ୧୫ ଶହ କିଲୋମିଟର ଦୂର ଯାତ୍ରା ପାଇଁ ୫ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ୨୫ ଶହ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ ଟିକେଟ ମୂଲ୍ୟରେ ୧୦ ଟଙ୍କା ବୃଦ୍ଧି ହୋଇଛି।

ସେହିପରି ୨୫ ଶହ ୧ରୁ ୩ ହଜାର କିଲୋମିଟର ଦୂରତା ଯାତ୍ରା ପାଇଁ ଟିକେଟ ମୂଲ୍ୟରେ ୧୫ ଟଙ୍କା ବୃଦ୍ଧି କରାଯାଇଛି।

ଏସି ଚେୟାର କାର, ଏସି-୩ ଟାୟା, ଏସି-୩ ଟାୟାର ଇକୋନୋମି, ଏସି ୨-ଟାୟାର ଏବଂ ଏସି ପ୍ରଥମ ବା ଏକଜିକ୍ୟୁଟିଭ ଶ୍ରେଣୀ ପାଇଁ ପ୍ରତି କିଲୋମିଟର ପିଛା ୨ ପଇସା ବୃଦ୍ଧି କରାଯାଇଛି। ତେବେ ରିଜର୍ଭସେନ ଫି, ସୁପରଫାଷ୍ଟ ସରଚାର୍ଜ ଓ ଅନ୍ୟାନ୍ୟ ଶୁଳ୍କ ଅପରିବର୍ତ୍ତିତ ରହିଛି।

ଏହି ଭଡ଼ା ସଂଶୋଧନ ରାଜଧାନୀ, ଶତାବ୍ଦୀ, ଦୂରନ୍ତ, ଜନ ଶତାବ୍ଦୀ, ଯୁବ ଏକ୍ସପ୍ରେସ, ବନ୍ଦୋ ଭାରତ, ତେଜସ, ହମସଫର, ଅମୃତ ଭାରତ, ମହାମାନ, ଗତିମାନ, ଅନୁଭୂତି କୋଚ ଭଳି ପ୍ରିମିୟର ଏବଂ ସ୍ଵତନ୍ତ୍ର ଟ୍ରେନ ସେବା ପାଇଁ କରାଯାଇଛି।

Tags: #TrainFare #TrainTicket #IndianRailway #TrainTravel #India

Comment