ଓଡ଼ିଶାଲାଇଭ୍ ବ୍ୟୁରୋ
ଦୂର ଯାତ୍ରା ପାଇଁ ଲୋକେ ସାଧାରଣତଃ ଟ୍ରେନକୁ ଅଧିକ ପସନ୍ଦ କରନ୍ତି। କାରଣ ଟ୍ରେନର ଭଡ଼ା ଅନ୍ୟ ଯାତାୟାତ ମାଧ୍ୟମ ତୁଳନାରେ କମ୍ ଓ ସୁବିଧାଜନକ ହୋଇଥାଏ। ଟ୍ରେନରେ ସ୍ଲିପର ଓ ଏସି କୋଚ୍ ଭଳି ସୁବିଧା ଥାଇ ମଧ୍ୟ ଏହାର ଭଡ଼ା କାହିଁକି କମ୍ ହୋଇଥାଏ ବେଳେ ମନକୁ ପ୍ରଶ୍ନ ଆସିଯାଏ।
ଏହାର କାରଣ ହେଉଛି ଯାତ୍ରୀ ଭଡ଼ା ଉପରେ ସବସିଡି ବା ରିହାତି ଦେଇଥାଏ ଭାରତୀୟ ରେଳବାଇ। ଟ୍ରେନରେ ପ୍ରତି କିଲୋମିଟର ପାଇଁ ଯାତ୍ରୀ ପିଛା ହାରାହାରି ୧ ଟଙ୍କା ୩୮ ପଇସା ଖର୍ଚ୍ଚ ହେଉଥିବା ବେଳେ କେବଳ ୭୩ ପଇସା ଦେବାକୁ ପଡ଼ିଥାଏ।
ଯାତ୍ରୀଙ୍କୁ ୪୭ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଇଥାଏ। କେତେ ପ୍ରତିଶତ ରିହାତି ଦିଆଯାଇଛି, ଏହା ଟିକେଟ୍ ଏବଂ ଇଲେକ୍ଟ୍ରୋନିକ୍ ରିଜରଭେସନ ସ୍ଲିପରେ ଉଲ୍ଲେଖ କରାଯାଇଥାଏ।
Tags: #IndianRailway #TrainTravel #LowFare