ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣିଥରେ ଇତିହାସ ରଚିଛନ୍ତି ଭାରତର ଗୋଲ୍ଡେନ ବୟ ନୀରଜ ଚୋପ୍ରା। ସେ ନିଜ କ୍ୟାରିୟରରେ ପ୍ରଥମ ଥର ୯୦ ମିଟରରୁ ଅଧିକ ଜାଭେଲିନ ଥ୍ରୋ କରିବାରେ ସଫଳ ହୋଇଛନ୍ତି। ଦୋହା ଡାଇମଣ୍ଡ ଲିଗ୍ ୨୦୨୫ରେ ତୃତୀୟ ପ୍ରୟାସରେ ୯୦.୨୩ ମିଟର ଜାଭେଲିନ ଥ୍ରୋ କରିଥିଲେ ନୀରଜ। ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ।

ବିଶ୍ୱର ୨୫ତମ ଖେଳାଳି ଭାବେ ନୀରଜ ୯୦ ମିଟରରୁ ଅଧିକ ଜାଭେଲିନ ଥ୍ରୋ କରିଛନ୍ତି। ଏହାସହିତ ସେ ନିଜ ଜାତୀୟ ରେକର୍ଡକୁ ଆହୁରି ସୁଦୃଢ଼ କରିଛନ୍ତି। ଏନେଇ ନୀରଜଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।

ତେବେ ଦୋହା ଡାଇମଣ୍ଡ ଲିଗରେ ନୀରଜ ଦ୍ଵିତୀୟ ସ୍ଥାନରେ ରହିଥିଲେ। କାରଣ ଜର୍ମାନୀର ଜୁଲିଏନ୍ ୱେବର୍‌ ନିଜ ଶେଷ ଥ୍ରୋରେ ୯୧.୦୬ ମିଟର୍‌ ଜାଭେଲିନ ଥ୍ରୋ କରି ବିଜୟ ଛଡ଼ାଇ ନେଇଥିଲେ। ତଥାପି ଏହି ପ୍ରଦର୍ଶନ ନୀରଜଙ୍କ ପାଇଁ ବଡ଼ ଉପଲବ୍ଧି।

Tags: #NeerajChopra #HistoricThrow #DiamondLeague2025

Comment