ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ଆରୁହା ପଞ୍ଚାୟତ ମଙ୍ଗାପୋଖରୀ ଆଦିବାସୀ ସାହିର ବାପା ମା’ ଛେଉଣ୍ଡ ଦୁଇ ନାବାଳକଙ୍କୁ ସହାୟତା ହାତ ବଢ଼ାଇଛନ୍ତି ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା।

ମଙ୍ଗାପୋଖରୀ ଆଦିବାସୀ ସାହିର ସୃଷ୍ଟିଧର ସିଂହଙ୍କର ୮ ବର୍ଷ ପୂର୍ବରୁ ହୃଦଘାତରେ ଦେହାନ୍ତ ହୋଇଥିଲା। ସ୍ତ୍ରୀ ସୀମା ଦୁଇ ପିଲାଙ୍କୁ ଧରି ବଡ଼ କଷ୍ଟରେ ଚଳୁଥିଲେ। ମୂଲ ଲାଗି ଦୁଇ ପିଲାଙ୍କ ପେଟକୁ ଆହାର ଯୋଗାଡ଼ କରୁଥିଲେ ସୀମା। କିଛି ଦିନ ପୂର୍ବରୁ ସୀମାଙ୍କର ଅକାଳ ବିୟୋଗ ହେଲା। ଏବେ ସମ୍ପୂର୍ଣ୍ଣ ଅନାଥ ହୋଇଯାଇଛନ୍ତି ତାଙ୍କର ଦୁଇ ପୁଅ। ଗୋଟିଏ ପୁଅର ବୟସ ୮ ବର୍ଷ ଏବଂ ଅନ୍ୟ ଜଣଙ୍କର ୧୨ ବର୍ଷ।

ସଂସାର କ’ଣ ଜାଣିନଥିବା ଦୁଇପିଲାଙ୍କ ମୁଣ୍ଡ ଉପରେ ଯେମିତି ଛିଣ୍ଡିପଡ଼ିଛି ଆକାଶ। ଏବେ ନିଜ ପେଟକୁ ଖାଦ୍ୟ ଯୋଗାଡ଼ କରିବାକୁ ସଂଘର୍ଷ କରିବାକୁ ପଡ଼ୁଛି ସେମାନଙ୍କୁ। ସମ୍ପର୍କୀୟଙ୍କ ଭରସାରେ ଚାଲିଛି ସେମାନଙ୍କ ଜୀବନ।

ଏ ବିଷୟରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଜାଣିବା ପରେ ସ୍ଵର୍ଗତ ସୃଷ୍ଟିଧରଙ୍କ ଦୁଇ ପୁଅଙ୍କୁ ଭେଟିଥିଲେ। ସେମାନଙ୍କୁ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ପୋଷାକ ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ଏହା ସହ ଏହି ଦୁଇ ପିଲାଙ୍କ ପାଠପଢ଼ା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।

ପୂର୍ବତନ ସାଂସଦଙ୍କ ସହିତ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଅନୁସୟା ପ୍ରଧାନ, ବିଜେଡି ନେତା ଲେନିନ ପ୍ରଧାନ, ଜିଲ୍ଲା ଛାତ୍ର ବିଜେଡି ସଭାପତି ସିମନ ଦାସ ମହାପାତ୍ର, ଜଳେଶ୍ଵର ପୌରପାଳିକାର କାଉନସିଲର ଗୋବିନ୍ଦ ଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ମଧୁସୂଦନ ଦତ୍ତ, ହରିଶ ଭୂୟାଁ, ଛାତ୍ର ନେତା ଗୌରବ ଦାସ, ଯୁବ ନେତା ଗୌତମ ପାତ୍ର, ପ୍ରଭାତ ସାହୁ, ୱାର୍ଡ ମେମ୍ବର ପ୍ରୀତିମାଳା ପ୍ରଧାନ, ବିଜେଡି ନେତା ମନୋଜ ପ୍ରଧାନ, ସମାଜସେବୀ ତରଣୀ ଭୂୟାଁ, ଦୀପୁ ସାମଲ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ।

Tags: #RabindraKumarJena #OrphanChilds #Balasore #Odisha

Comment