ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଋତୁସ୍ରାବ ହେଉଛି ପ୍ରତ୍ୟେକ ନାରୀର ପରିଚୟ। ପ୍ରଥମକରି ୠତୁସ୍ରାବ ବା ପିରିୟଡ୍ ହେବାକୁ ଇଂଲିସ୍ରେ ‘ମେନାର୍କି’ କୁହାଯାଏ। ମେନାର୍କି ସାଧାରଣତଃ ୧୦ରୁ ୧୬ ବର୍ଷ ବୟସ ମଧ୍ୟରେ ହୋଇଥାଏ।
କେତେକ ଝିଅଙ୍କଠାରେ ଏହା ଶୀଘ୍ର କିମ୍ବା ଡେରିରେ ହୋଇପାରେ। ବର୍ତ୍ତମାନ ସମୟରେ ବିଭିନ୍ନ କାରଣରୁ ଝିଅମାନଙ୍କର ସମୟ ପୂର୍ବରୁ ମେନାର୍କି ବା ପ୍ରଥମ ପ୍ରିରିୟଡ୍ସ ହେଉଛି।
ତେବେ କେଉଁ ବୟସରେ ଝିଅଙ୍କର ପ୍ରଥମ ପିରିୟଡ୍ସ ହୋଇଥାଏ, ବର୍ତ୍ତମାନ ସମୟରେ ସମୟ ପୂର୍ବରୁ କାହିଁକି ପିରିୟଡ୍ସ ହେଉଛି ଓ ସମୟ ପୂର୍ବରୁ ମେନାର୍କିକୁ କେମିତି ଏଡ଼ାଇବେ, ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପ୍ରମୋଦ କୁମାର ସେନାପତିଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା।
ପିରିୟଡ୍ସ ସମୟରେ କିପରି ସ୍ଵଚ୍ଛତା ପ୍ରତି ଧ୍ୟାନ ରଖିବେ ତଥା ପିରିୟଡ୍ସ ସହ ଜଡ଼ିତ ସ୍ଵାସ୍ଥ୍ୟ ସମସ୍ୟା ପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ପ୍ରତି ବର୍ଷ ମେ’ ୨୮ ତାରିଖକୁ ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବରେ ପାଳନ କରାଯାଉଛି।
ଏହି ଅବସରରେ ଆଇଏଫ୍ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍ ନେଟ୍ଓ୍ୱର୍କ ଏବଂ ଓଡ଼ିଶାଲାଇଭ୍ ପକ୍ଷରୁ ଡିଜିଟାଲ ମିଡିଆ ଅଭିଯାନ ‘ଚାଲ ପରିୟଡ୍ସ ବିଷୟରେ କଥା ହେବା’ ଆରମ୍ଭ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ କଳିଙ୍ଗ ହସ୍ପିଟାଲ, ଭୁବନେଶ୍ୱର ଏବଂ ପାରାଦୀପ ଫସ୍ଫେଟ୍ସ ଲିମିଟେଡ୍ ପାର୍ଟନର ରହିଛନ୍ତି।
Tags: #Menarche #MHDay2025 #LetsTalkPeriods #PeriodFriendlyWorld


















