ଓଡ଼ିଶାଲାଇଭ୍ ବ୍ୟୁରୋ
ପିରିୟଡସ ହେଉଛି ନାରୀ ଜୀବନର ଏକ ପ୍ରକୃତି ଓ ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ପିରିୟଡସକୁ ନେଇ ଆଜି ବି ଖୋଲାଖୋଲି ଭାବେ ଆଲୋଚନା କରିବାକୁ ଅନେକ ଲାଜ ଏବଂ ସଙ୍କୋଚ କରନ୍ତି। ବର୍ତ୍ତମାନ ସମୟରେ ଖୋଲାଖୋଲି ଭାବେ ପିରିୟଡସ୍ ବିଷୟରେ କଥା ହେବା ଆବଶ୍ୟକ ବୋଲି କୁହନ୍ତି ଅଭିନେତ୍ରୀ ସୋଫିଆ ଆଲମ।
ସୋଫିଆ କୁହନ୍ତି, “ପିରିୟଡସ କଥା ଖାଲି ଝିଅମାନେ ନୁହେଁ, ପୁଅମାନେ ମଧ୍ୟ ଜାଣିବା ଆବଶ୍ୟକ। ତେଣୁ ଏଇ ପିଢ଼ିର ମା’ମାନେ ତାଙ୍କୁ ପୁଅଙ୍କୁ ପିରିୟଡସ ବିଷୟରେ ଜଣାଇବା କଥା। ଫଳରେ ପିରିୟଡସ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ବାବଦରେ ସେମାନେ ସଚେତନ ହେବେ’’।
Tags: #MHDay2025 #LetsTalkPeriods #SofiaAlam #PeriodFriendlyWorld


















