ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ପ୍ରତିମାସରେ ପ୍ରାୟ ୨ରୁ ୭ ଦିନ ଧରି ମହିଳାଙ୍କର ଋତୁସ୍ରାବ ହୋଇଥାଏ। ଏହି ସମୟରେ ଯଦି ସେମାନେ ଉପଯୁକ୍ତ ପରିଚ୍ଛନ୍ନତା ରକ୍ଷା ନକରନ୍ତି, ତେବେ ବିଭିନ୍ନ ପ୍ରକାର ସଂକ୍ରମଣର ଶିକାର ହୋଇପାରନ୍ତି।
ଯେପରିକି ପରିସ୍ରା ସଂକ୍ରମଣ, ଯୋନି କୁଣ୍ଡାଇ ହେବା, ଦୁର୍ଗନ୍ଧ ଯୁକ୍ତ ଧଳାସ୍ରାବ ଭଳି ସମସ୍ୟା ହୋଇପାରେ। ଏହି ସମସ୍ୟାକୁ ଏଡ଼ାଇବା ପାଇଁ ସ୍ୱଚ୍ଛତା ଜରୁରୀ।
ତେବେ ପିରିୟଡସ ବେଳେ ସଫାସୁତୁରା ନ ରହିଲେ କ’ଣ ସମସ୍ୟା ହୁଏ, କେଉଁ ପିରିୟଡସ ପ୍ରଡକ୍ଟ ବ୍ୟବହାର କରିପାରିବେ, କେତେ ସମୟ ବ୍ୟବଧାନରେ ସାନିଟାରି ପ୍ୟାଡ୍ ବଦଳେଇବା ଜରୁରୀ, ସେ ସମ୍ପର୍କରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପ୍ରମୋଦ କୁମାର ସେନାପତିଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
ପିରିୟଡସ ସମୟରେ କିପରି ସ୍ଵଚ୍ଛତା ପ୍ରତି ଧ୍ୟାନ ରଖିବେ ତଥା ପିରିୟଡସ ସହ ଜଡ଼ିତ ସ୍ଵାସ୍ଥ୍ୟ ସମସ୍ୟା ପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ପ୍ରତି ବର୍ଷ ମେ’ ୨୮ ତାରିଖକୁ ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବରେ ପାଳନ କରାଯାଉଛି।
ଏହି ଅବସରରେ ଆଇଏଫ୍ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍ ନେଟ୍ଓ୍ୱର୍କ ଏବଂ ଓଡ଼ିଶାଲାଇଭ୍ ପକ୍ଷରୁ ଡିଜିଟାଲ ମିଡିଆ ଅଭିଯାନ ‘ଚାଲ ପରିୟଡ୍ସ ବିଷୟରେ କଥା ହେବା’ ଆରମ୍ଭ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ କଳିଙ୍ଗ ହସ୍ପିଟାଲ, ଭୁବନେଶ୍ୱର ଏବଂ ପାରାଦୀପ ଫସ୍ଫେଟ୍ସ ଲିମିଟେଡ୍ ପାର୍ଟନର ରହିଛନ୍ତି।
Tags: #MenstrualHygiene #MHDay2025 #LetsTalkPeriods #PeriodFriendlyWorld


















