ଓଡ଼ିଶାଲାଇଭ୍ ବ୍ୟୁରୋ
ପିରିୟଡସ ହେଉଛି ନାରୀ ଜୀବନର ଏକ ପ୍ରକୃତି ଓ ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ପିରିୟଡସକୁ ନେଇ ଆଜି ବି ଖୋଲାଖୋଲି ଭାବେ ଆଲୋଚନା କରିବାକୁ ଅନେକ ଲାଜ ଏବଂ ସଙ୍କୋଚ କରନ୍ତି। ବର୍ତ୍ତମାନ ସମୟ ଆସିଛି ଖୋଲା ଖୋଲି ଭାବେ ପିରିୟଡସ ବିଷୟରେ କଥା ହେବାର।
ୠତୁସ୍ରାବ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଲାଗି ଡିଜିଟାଲ କ୍ୟାମ୍ପେନ ‘ଚାଲ ପିରିୟଡ୍ସ ବିଷୟରେ କଥା ହେବା’। ୠତୁସ୍ରାବ ପରିଚ୍ଛନ୍ନତା, ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସମସ୍ୟା ଓ ତା’ର ଉପଚାର ସହ ଅନ୍ଧବିଶ୍ୱାସର ମୁକାବିଲା ଲାଗି ସଚେତନତା ବାର୍ତ୍ତା ହିଁ ଏହି ଅଭିଯାନର ଉଦ୍ଦେଶ୍ୟ।
ଆଇଏଫ୍ଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର ଅଭିଯାନ ଜରିଆରେ ପ୍ରଥମ ୠତୁସ୍ରାବ ବା ମେନାର୍କିର ଅନୁଭୂତି କହିଛନ୍ତି କିଛି ଛାତ୍ରୀ।
Tags: #MHDay2025 #LetsTalkPeriods #PeriodFriendlyWorld


















