ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ମାସିକ ଋତୁସ୍ରାବ ବା ପିରିୟଡସ ହେଉଛି ନାରୀ ଜୀବନର ଏକ ପ୍ରକୃତି ଓ ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ପିରିୟଡସକୁ ନେଇ ଆଜି ବି ଖୋଲାଖୋଲି ଭାବେ ଆଲୋଚନା କରିବାକୁ ଅନେକ ଲାଜ ଏବଂ ସଙ୍କୋଚ କରନ୍ତି। ବର୍ତ୍ତମାନ ପିରିୟଡସ ବିଷୟରେ ଖୋଲି କଥା ହେବାର ସମୟ ଆସିଛି।

ପିରିୟଡସକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି ଏକ ଆନିମେଟେଡ ଭିଡିଓ ‘ହୀରା- ଚାଲ ଋତୁସ୍ରାବ ବିଷୟରେ କଥା ହେବା’। ଏହିଭିଡିଓରେ ହୀରା ଓ ମୀରା ଦୁଇ ଭଉଣୀ ପିରିୟଡ୍‌ସ ସମ୍ପର୍କରେ ଆଲୋଚନା କରିଛନ୍ତି।

ଋତୁସ୍ରାବ କ’ଣ, ଏହା କେଉଁ ବୟସରେ ହୁଏ, କେତେ ଦିନ ଧରି ହୁଏ, ଋତୁସ୍ରାବ ହେଲେ ଶରୀରରେ କ’ଣ ସବୁ ପରିବର୍ତ୍ତନ ଦେଖାଦିଏ, ଏମିତି ଏନେକ ପ୍ରଶ୍ନ ଏବଂ ତା’ର ସହଜ ଉତ୍ତର ଏହି ଭିଡିଓରେ ରହିଛି। ଆସନ୍ତୁ ଏହି ଭିଡିଓ ଦେଖିବା।

Tags: #MHDay2025 #LetsTalkPeriods #AnimatedVideo #PeriodFriendlyWorld

Comment