ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲର ଯୁକ୍ତ ୨ ବିଜ୍ଞାନ ବିଭାଗର ଟପ୍ପର ହୋଇଛନ୍ତି ସୁଶିଲ କୁମାର ନାୟକ। କଠିନ ପରିଶ୍ରମ ଏବଂ ଦୃଢ଼ ମନୋବଳ ପାଇଁ ଏହି ସଫଳତା ହାସଲ କରିଛନ୍ତି ସୁଶିଲ।
ସୁଶିଲ କୁମାର ନାୟକ ମୋଟ ୬୦୦ରୁ ୫୮୬ ମାର୍କ ରଖି ଟପ୍ପର ହୋଇଛନ୍ତି। ସୁଶିଲଙ୍କ ଘର କଟକରେ। ସେ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ଅନେକ ଚ୍ୟାଲେଞ୍ଜ ସତ୍ତ୍ୱେ ପାଠପଢ଼ାକୁ ସବୁବେଳେ ପ୍ରାଧାନ୍ୟ ଦେଇଥାନ୍ତି ସୁଶିଲ। ଆଗକୁ ଅଧ୍ୟାପକ କିମ୍ବା ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ସୁଶିଲ କୁମାର ନାୟକ।
Tags: #ExamTopper #SushilKumarNayak #Plus2Exam #Education #Success


















