ଓଡ଼ିଶାଲାଇଭ୍ ବ୍ୟୁରୋ

ମାତ୍ର କିଛି ଦିନର ବ୍ୟବଧାନ ପରେ ଓଡ଼ିଶାକୁ ପୁଣି ଫେରିଛି ତାତି। ଅସହ୍ୟ ଗୁଳିଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରାକୁ ନେଇ ଚିନ୍ତାରେ ପଡ଼ିଲେଣି ରାଜ୍ୟବାସୀ। ତାପମାତ୍ରରେ ଆହୁରି ବୃଦ୍ଧି ହେବା ନେଇ ଆକଳନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ରାଜ୍ୟରେ ଜୁନ ୬ ତାରିଖ ଯାଏଁ ଅସହ୍ୟ ଗୁଳିଗୁଳି ସାଙ୍ଗକୁ ଗରମ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ବିଶେଷ କରି ଉପକୂଳ ଓଡ଼ିଶାରେ ଗୁଳୁଗୁଳି ସହ ଅସହ୍ୟ ତାତି ପାଇଁ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।
ଜୁନ ୨ରୁ ୬ ତାରିଖ ଯାଏଁ ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅସହ୍ୟ ତାତି ଏବଂ ଗୁଳୁଗୁଳି ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଆଗକୁ ତାପମାତ୍ରାରେ ଆହୁରି ବୃଦ୍ଧି ହେବା ନେଇ ପୂର୍ବାନୁମାନ କରାଯାଇଛି।
Tags: #Weather #WeatherNews #HotandHumid #meteorologicalCentre #Bhubaneswar #Odisha