ଓଡ଼ିଶାଲାଇଭ୍ ବ୍ୟୁରୋ

ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଟାଇମ୍ସ ହାଇୟର ଏଜୁକେସନ ୨୦୨୫ ୟୁନିଭର୍ସିଟି ଇମ୍ପାକ୍ଟ ରାଙ୍କିଙ୍ଗରେ ସମଗ୍ର ଭାରତରେ ଦଶମ ସ୍ଥାନ ହାସଲ କରିଛି। ବିଶ୍ୱବିଦ୍ୟାଳୟ ୨୦୨୪ ମସିହାରେ ଅଷ୍ଟଦଶ ସ୍ଥାନରେ ରହିଥିବା ବେଳେ ଚଳିତ ବର୍ଷ ଉଲ୍ଲେଖନୀୟ ସଫଳତା ହାସଲ କରିଛି।

ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ଏସଡିଜିକୁ ଆଗକୁ ନେବାରେ ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରଦର୍ଶନ ଉପରେ ମୂଲ୍ୟାଙ୍କ ଆଧାରରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟକୁ ଏହି ସଫଳତା ମିଳିଛି।

ୟୁନିଭର୍ସିଟି ଇମ୍ପାକ୍ଟ ରାଙ୍କିଙ୍ଗରେ ଦଶମ ସ୍ଥାନରେ ରହି ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ରାଜ୍ୟ ପାଇଁ ଗୌରବ ଆଣିଛି ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟର ଭାଇସ ଚାନ୍‌ସେଲର ଡକ୍ଟର ସୁପ୍ରିୟା ପଟ୍ଟନାୟକ।

ସେ କହିଛନ୍ତି, “ଆମର କେବଳ ପାଠପଢ଼ାଇବା ନୁହେଁ, ବରଂ ସୁଯୋଗ ସୃଷ୍ଟି କରିବା ଏବଂ ସାମାଜିକ ପରିବର୍ତ୍ତନ ଲାଗି ଲକ୍ଷ୍ୟ ରହିଛି। ଏହି ସଫଳତା ବିଶ୍ୱବିଦ୍ୟାଳୟର ଯାତ୍ରାରେ ଏକ ମାଇଲଖୁଣ୍ଟ ହେବ।”

ଭାରତର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ପରିଚିତ ହେବା ଓ ବିଶ୍ୱର ଶ୍ରେଷ୍ଠ ୫୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇବାକୁ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ ରହିଛି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ବିଶ୍ୱବିଦ୍ୟାଳୟ ଗବେଷଣା ସହଯୋଗ, ନାରୀ ସଶକ୍ତିକରଣ, ଦୀର୍ଘସ୍ଥାୟୀ ଯୋଜନା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ଶିକ୍ଷାର ବିକାଶକୁ ଅଧିକ ଗୁରୁତ୍ୱ ଦେଉଛି ବୋଲି ଡକ୍ଟର ସୁପ୍ରିୟା ପଟ୍ଟନାୟକ କହିଛନ୍ତି।

Tags: #CenturionUniversity #UniversityImpactRakings #Education

Comment