ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଏକ ଅନନ୍ୟ ହସ୍ତକଳା ହେଉଛି ଜଉ କଣ୍ଢେଇ। ବାଲେଶ୍ୱର ଜିଲ୍ଲାରେ ପ୍ରସିଦ୍ଧି ଲାଭ କରିଥିବା ଜଉ କଣ୍ଢେଇର ଚାହିଦା ଏବେ ବଢ଼ିବାକୁ ଲାଗିଛି।

ବାଲେଶ୍ୱରରେ ଝିଅ ବାହାଘର ସମୟରେ ଝିଅର ପେଡ଼ିରେ ଦୁଇଟି ଜଉ କଣ୍ଢେଇ ଦେବାର ପରମ୍ପରା ରହିଆସିଛି। ଏହି କଣ୍ଢେଇ ସାଙ୍ଗରେ ନେଲେ ସ୍ଵାମୀ-ସ୍ତ୍ରୀଙ୍କ ସମ୍ପର୍କ ନିବିଡ଼ ହୋଇଥାଏ ବୋଲି ଲୋକକଥା ରହିଛି।

ଭୁବନେଶ୍ୱର ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିକାଶ ମେଳାରେ ଦେଖିବାକୁ ମିଳିଥିଲା ଜଉ କଣ୍ଢେଇ ଷ୍ଟଲ। ଜଉ କଣ୍ଢେଇ କିଣିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଥିଲା।

Tags: #JauKandhei #Handicraft #LacqueredToys #Balasore #Odisha

Comment