ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷିଆର କାମଚଟକା ଉପଦ୍ୱୀପ ନିକଟରେ ବୁଧବାର ଏକ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮.୮ ହୋଇଥିବା ଜଣାପଡ଼ିଛି। ଏପରି ଶକ୍ତିଶାଳୀ ଭୂମିକମ୍ପର ମାତ୍ର କିଛି ସମୟ ମଧ୍ୟରେ ମାଡ଼ିଆସିଛି ସୁନାମୀ। ରୁଷିଆ ଏବଂ ଜାପାନର ଅନେକ ଅଞ୍ଚଳରେ ସମୁଦ୍ରର ବଡ଼ ବଡ଼ ଜୁଆର ସ୍ଥଳ ଭାଗକୁ ମାଡ଼ି ଆସୁଥିବା ଦେଖିବାକୁ ମିଳିଛି।

ରୁଷିଆର ସେଭେରୋ-କୁରିଲସ୍କରେ ୩ରୁ ୪ ମିଟର ଉଚ୍ଚ ସୁନାମୀ ଜୁଆର ରେକର୍ଡ ହୋଇଛି। ସେହିପରି ଜାପାନରେ ୧.୩ ମିଟର ଉଚ୍ଚତାର ଜୁଆର ଏବଂ ହାୱାଇରେ ୧.୭ ମିଟର ଜୁଆର ଦେଖାଯାଇଛି।

ଚିଲି ଏବଂ ସୋଲମନ ଦ୍ୱୀପର ଉପକୂଳ ଅଞ୍ଚଳକୁ ମଧ୍ୟ ସୁନାମୀ ଭୟ ରହିଛି। ଏସବୁ ଅଞ୍ଚଳରେ ଲୋକଙ୍କୁ ଉଚ୍ଚ ଏବଂ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ କୁହାଯାଇଛି। ଭୂମିକମ୍ପ ଦ୍ଵାରା ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଅନେକ କ୍ଷୟକ୍ଷତି ହେବା ନେଇ ଆଶଙ୍କା କରାଯାଉଛି।

Tags: #Russia #Earthquake #Tsunami

Comment