ଓଡ଼ିଶାଲାଇଭ୍ ବ୍ୟୁରୋ

ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରେ ଚମତ୍କାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ଅନ୍ତିମ ଦିନରେ ୪ଟି ୱିକେଟ ଅକ୍ତିଆର କରି ୬ ରନରେ ମ୍ୟାଚ ଜିତି ନେଇଛି ଭାରତ। ଏହା ସହ ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଟିମ ଇଣ୍ଡିଆ ୨-୨ରେ ଡ୍ର ରଖିଛି। ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଭାରତ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।

ଓଭଲ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୨୨୪ ରନ କରିଥିଲା ଭାରତ। ଜବାବରେ ଇଂଲଣ୍ଡ ୨୪୭ ରନ କରି ୨୩ ରନରେ ଅଗ୍ରଣୀ ରହିଥିଲା। ଦ୍ୱିତୀୟ ଇନିଂସରେ ଭାରତ ୩୯୬ ରନ କରିବା ଫଳରେ ଇଂଲଣ୍ଡ ସମ୍ମୁଖରେ ୩୭୪ ରନର ବିଜୟ ଲକ୍ଷ୍ୟ ରହିଥିଲା। ହେଲେ ଇଂଲଣ୍ଡ ୩୬୭ ରନରେ ଅଲଆଉଟ ହୋଇଯାଇଥିଲା।

ଇଂଲଣ୍ଡର ଲଢୁଆ ବ୍ୟାଟିଂ ସତ୍ତ୍ୱେ ଭାରତୀୟ ବୋଲରମାନେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। ମ୍ୟାଚରେ ମହମ୍ମଦ ସିରାଜ ୫ଟି, ପ୍ରସିଦ୍ଧ କ୍ରିଷ୍ଣା ୪ଟି ଏବଂ ଆକାଶଦୀପ ଗୋଟିଏ ୱିକେଟ ନେଇଥିଲେ।

Tags: #IndiavsEngland #TestSeries #Cricket

Comment