ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାକୁ ଲାଗିଛି। ଅନଲାଇନ ପରେ ଏବେ ଅଫଲାଇନରେ ମଧ୍ୟ ମ୍ୟାଚର ସବୁ ଟିକେଟ୍ ବିକ୍ରି ହୋଇଛି। ମ୍ୟାଚ ପାଇଁ ଷ୍ଟାଡିୟମରେ ସବୁ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଏବେ ଅପେକ୍ଷା ଉଭୟ ଦଳର ଆଗମନକୁ।

ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଫେବ୍ରୁଆରି ୯ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ଉଭୟ ଟିମ୍ ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ୮ ତାରିଖରେ ସେମାନେ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ।

ମ୍ୟାଚ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ କଟକରେ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ। ଏଥିରେ ଖେଳାଳିଙ୍କ ସୁରକ୍ଷା, ଟ୍ରାଫିକ ପରିଚାଳନାକୁ ବିଶେଷ ଧ୍ୟାନ ଦିଆଯିବ।

ଭୁବନେଶ୍ୱର ବିମାନବନ୍ଦରରୁ ହୋଟେଲ ଓ ହୋଟେଲରୁ ବାରବାଟୀ ଷ୍ଟାଡିୟମକୁ ଯିବା ଆସିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ।

Tags: #IndiavsEngland #ODIMatch #BarabatiStadium #Cricket #Odisha

LEAVE A REPLY

Please enter your comment!
Please enter your name here