ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଏଆଇ ଅଙ୍ଗନବାଡ଼ି। ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ୱଦ୍ଧାମନ ଗାଁରେ ଏଆଇ ଚାଳିତ ଅଙ୍ଗନବାଡ଼ି କେନ୍ଦ୍ର ଆରମ୍ଭ ହୋଇଛି। ପିଲାଦିନରୁ ଏଆଇର ସଠିକ ବ୍ୟବହାର ଏବଂ ଏହାର ଗୁରୁତ୍ୱକୁ ବୁଝିବା ଉଦ୍ଦେଶ୍ୟରେ ପାଇଁ ଏହାର ଶୁଭାରମ୍ଭ କରାଯାଇଛି।
ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ଏଆଇ ଏବଂ ସ୍ମାର୍ଟ ଡିଭାଇସ୍ ସାହାଯ୍ୟରେ କେବଳ ଅଧ୍ୟୟନ ନୁହେଁ ବରଂ ପିଲାମାନଙ୍କ ପୁଷ୍ଟିସାର ଏବଂ ବିକାଶ ଉପରେ ମଧ୍ୟ ନଜର ରଖାଯିବ।

ପୂର୍ବରୁ ଏଠାକାର ପିଲାମାନେ ଅନ୍ୟ ଅଙ୍ଗନବାଡ଼ି ପରି ସ୍ଲେଟ୍ ଏବଂ ଚକ୍ ସାହାଯ୍ୟରେ ପଢ଼ୁଥିଲେ, କିନ୍ତୁ ବର୍ତ୍ତମାନ ଡିଜିଟାଲ ଶ୍ରେଣୀଗୃହ କରାଯାଉଛି। ପିଲାମାନେ ଭର୍ଚୁଆଲ ରିଆଲିଟି ହେଡସେଟ୍, ଏଆଇ-ସଜ୍ଜିତ ସ୍ମାର୍ଟବୋର୍ଡ, ଟାବଲେଟ୍ ଏବଂ ଇଣ୍ଟରାକ୍ଟିଭ ଡିଭାଇସ୍ ମାଧ୍ୟମରେ ପଢ଼ିବାର ବ୍ୟବସ୍ଥା ହୋଇଛି।
ସେହିପରି ଅଙ୍ଗନବାଡ଼ିରେ କାର୍ଯ୍ୟରତ କର୍ମୀମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି, ଫଳରେ ସେମାନେ ସ୍ମାର୍ଟ ଡିଭାଇସ୍ ଏବଂ ଏଆଇ ଉପକରଣର ସଠିକ ବ୍ୟବହାର କରିପାରିବେ।
Tags: #AIPoweredAnganwadi #Nagpur #Technology #India
















