ଓଡ଼ିଶାଲାଇଭ୍ ବ୍ୟୁରୋ

ଜଣେ ବ୍ୟକ୍ତିଙ୍କ ଓଜନ ପୃଥିବୀର ବିଷୁବ ରେଖାରେ ୯୮ କିଲୋଗ୍ରାମ ହେଲେ, ତେବେ ତାଙ୍କ ଓଜନ ଉତ୍ତର କିମ୍ବା ଦକ୍ଷିଣ ମେରୁରେ ୧୦୦ କିଲୋଗ୍ରାମ ହେବ। ତେବେ ମନକୁ ନିଶ୍ଚୟ ପ୍ରଶ୍ନ ଆସୁଥିବ ଏହି ଦୁଇ ସ୍ଥାନରେ ଓଜନରେ ଫରକ କାହିକିଁ ଦେଖାଯାଏ?

ଏହାର ମୂଳ କାରଣ ହେଉଛି ପୃଥିବୀର ଆକୃତି। ପୃଥିବୀ ସମ୍ପୂର୍ଣ୍ଣ ବୃତ୍ତାକାର ନହୋଇ କମଳା, ଲେମ୍ବୁ ସଦୃଶ୍ୟ ସାମାନ୍ୟ ଚେପଟା। ଏଥିପାଇଁ ପୃଥିବୀର କେନ୍ଦ୍ରରୁ ବିଷୁବ ରେଖାର ଦୂରତା ୬,୩୭୮ କିଲୋମିଟର ହୋଇଥିବାବେଳେ ଦୁଇ ମେରୁର ଦୂରତା ୬,୩୫୭ କିଲୋମିଟର। ନ୍ୟୁଟନଙ୍କ ଲ’ ଅଫ ଗ୍ରାଭିଟେସନ ଅନୁସାରେ ଦୂରତା ବଢ଼ିବା ସହ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ହ୍ରାସ ପାଏ। ବିଷୁବ ରେଖାରେ ମେରୁ ତୁଳନାରେ ମାଧ୍ୟାକର୍ଷଣ ଶକ୍ତି କମ ଥିବାରୁ ଓଜନ କମ ରୁହେ।

ଅନ୍ୟପଟେ ପୃଥିବୀ ନିଜ ଅକ୍ଷ ଚାରିପଟେ ବୁଲୁଥାଏ, ଏହାର ବେଗ ବିଷୁବ ରେଖାରେ ସର୍ବାଧିକ ଏବଂ ମେରୁରେ ସର୍ବନିମ୍ନ। ଏଥିପାଇଁ ମେରୁରେ ସେଣ୍ଟ୍ରିଫ୍ୟୁଗାଲ ଫୋର୍ସ କମ ରହୁଥିବାରୁ ଓଜନ ସାମାନ୍ୟ ବଢ଼ିଯାଏ।

Tags: #Gravity #Weight #ScientificFacts

Comment